ବାଲେଶ୍ବର: ଚଳିତ ବର୍ଷ କୋରୋନା ପାଇଁ ସବୁ ପୂଜା ପାର୍ବଣ କେବଳ ପରମ୍ପରା ପାଇଁ ପାଳନ ହୋଇଛି । ନା ଅଛି ସାଜସଜ୍ଜା ନା ଅଛି ଜନଗହଳି । ସେହିପରେ ବାଲେଶ୍ବର ଜିଲ୍ଲାର ଏ ବର୍ଷ ଅଗ୍ରଣୀ ଅନୁଷ୍ଠାନ ଚନ୍ଦ୍ରଭାଗା ଉତ୍ସବକୁ ନିରାଡମ୍ବର ଭାବରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।
ଚନ୍ଦ୍ରଭାଗା ଅନୁଷ୍ଠାନର ଜନ୍ମଦିନ ଅବସରରେ ପ୍ରତି ବର୍ଷ ଡିସେମ୍ବର 31ତାରିଖରେ ଚନ୍ଦ୍ରଭାଗା ଉତ୍ସବ ପାଳନ କରାଯାଏ । ନାଚ, ଗୀତ ନାଟକରେ ଆଠଦିନ ଧରି ପାଳନ କରାଯାଏ ଏହି ଉତ୍ସବ । ହେଲେ ଏ ବର୍ଷ କେରୋନା କଟକଣା ପାଇଁ ଆଠଦିନ ବଦଳରେ ମାତ୍ର ଚାରିଦିନ ଧରି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି ।