ବାଲେଶ୍ବର: ପ୍ରେମ...ପ୍ରତାରଣା...ଧୋକା । ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । ହୋଟେଲରେ କାମ କରୁଥିବା ବେଳେ ବିହାର ଯୁବତୀଙ୍କୁ ଭଲ ପାଇ ବସିଥିଲେ ଓଡିଶା ଯୁବକ । ଶାରୀରିକ ସମ୍ପର୍କ ପରେ କରିଥିଲେ ବିବାହ । କିନ୍ତୁ ଅଧିକ ଦିନ ତିଷ୍ଟି ପାରିନଥିବା ଏହି ସମ୍ପର୍କ । ହାଇଦ୍ରାବାଦରେ ଦୁଇ ମାସ ବିବାହ କରି ରହିବା ପରେ ବିହାର ପ୍ରେମିକାକୁ ଠକି ଦେଲେ ଓଡିଶା ପ୍ରେମିକ । ପ୍ରେମିକାକୁ ଛାଡି ଗ୍ରାମକୁ ଆସିଥିଲେ । ଆଉ ଏବେ ଗର୍ଭବତୀ ଅବସ୍ଥାରେ ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି ପ୍ରେମିକା । ସବୁଠାରୁ ବଡ କଥା ହେଉଛି ଯୁବକ ଜଣଙ୍କ ପୂର୍ବରୁ ବିବାହ କରିଥିଲେ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ସବିରା ଅଞ୍ଚଳରେ ।
ହାଇଦ୍ରାବାଦର ଏକ ରେସ୍ତୋରାଁରେ ଓଡିଶାର ଯୁବକ ଓ ବିହାର ଯୁବତୀ କାମ କରୁଥିଲେ । କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ଗଢିଉଠିଲା ପ୍ରେମ ସମ୍ପର୍କ । ଠିକ୍ ଏହାର କିଛି ଦିନ ପରେ ଶାରୀରିକ ସମ୍ପର୍କ ପରେ ଉଭୟ ଉଭୟ ବିବାହ କରି ହାଇଦ୍ରାବାଦରେ ରହୁଥିଲେ l ବିବାହର ଠିକ୍ ଦୁଇ ମାସ ପରେ ବିହାରର ଯୁବତୀଙ୍କୁ ଛାଡି ଯୁବକ ଜଣକ ନିଜ ଘର ସୋର ଅଞ୍ଚଳର ସବିରାକୁ ଫେରି ଆସିଥିଲେ। ଶେଷରେ ପ୍ରେମିକର ଗାଁରେ ପହଞ୍ଚିଛନ୍ତି ପ୍ରେମିକା । ପ୍ରତାରଣାର ଶିକାର ହୋଇ ସୋର ଥାନାରେ ଦ୍ୱାରସ୍ତ ହୋଇଛନ୍ତି ଯୁବତୀ । କିନ୍ତୁ ପୋଲିସ ତରଫରୁ କୌଣସି ସାହାଯ୍ୟ ନମିଳିବାରୁ ବେଲସବିରା ସ୍ଥିତ ପ୍ରେମିକର ଘର ଆଗରେ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି ଯୁବତୀ l ଅନ୍ୟ ପଟେ ପୂର୍ବରୁ ଏହି ଯୁବକ ଜଣକ ଆଠ ମାସ ପୂର୍ବରୁ ଅନ୍ୟ ଜଣେ ଝିଅକୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଘରେ ତାଙ୍କର ସ୍ତ୍ରୀ ମଧ୍ୟ ରହିଛନ୍ତି l