ବାଲେଶ୍ଵର: ଜିଲ୍ଲା ସୋରରେ ଥିବା ଏକ ଘରୋଇ ନର୍ସିଂହୋମ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଏହାକୁ ନେଇ ନର୍ସିଂହୋମ ପରିସରରେ ବେଶ କିଛି ସମୟ ଉତ୍ତେଜନା ଲାଗି ରହିଥିଲା।
ଭୁଲ ଇଞ୍ଜେକ୍ସନ ନେଲା ପ୍ରସୂତିଙ୍କ ଜୀବନ ! - ନର୍ସିଂହୋମ ନାଁରେ ଅଭିଯୋଗ
ଭୁଲ ଇଞ୍ଜେକ୍ସନ ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ବାଲେଶ୍ବର ସୋର ଅଞ୍ଚଳର ଘଟଣା । ଅଧିକ ପଢ଼ନ୍ତୁ...
ବୁଧବାର ଅପରାହ୍ନ ପ୍ରାୟ 4ଟା ବେଳେ ନୀଳଗିରି ଥାନା ପିଞ୍ଛାବଣିଆ ଗ୍ରାମର ଗଣେଷ ମଲିକଙ୍କ ସ୍ତ୍ରୀ ସୀନତି ମଲିକଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ସୋର ସ୍ଥିତ ଏକ ଘରୋଇ ନର୍ସିଂହୋମକୁ ନେଇଥିଲେ ପରିବାର ଲୋକେ। ଡାକ୍ତର ପ୍ରଭାକର ଗର୍ଭବତୀଙ୍କ ଅବସ୍ଥା ଗୁରୁତର ଥିବା କହି ଅସ୍ତ୍ରୋପଚାର କରିବାକୁ କହିଥିଲେ। ଏବାବଦରେ 15 ହଜାର ଟଙ୍କା ଦାବି କରିବା ସହିତ 5ହଜାର ଟଙ୍କା ଆଡଭାନ୍ସ ମଧ୍ୟ ନେଇଥିଲେ। ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ମହିଳା । କିନ୍ତୁ ଅପରେସନର କିଛି ଘଣ୍ଟା ପରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ପରିବାର ଓ ସମ୍ପର୍କୀୟମାନେ ନର୍ସିଂହୋମ ଆଗରେ ମୃତଦେହ ରଖି ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା। ପରେ କ୍ଷତିପୂରଣର ପ୍ରତିଶୃତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ