ବାଲେଶ୍ବର: ରାସ୍ତା ସୁବିଧା ନଥିବା କାରଣରୁ ଗାଁରେ ପ୍ରବେଶ କରିପାରିଲାନି ଆମ୍ବୁଲାନ୍ସ । ଶେଷରେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଆମ୍ବୁଲାନ୍ସ ଯାଏଁ ନେବାକୁ ପଡିଲା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କଣ୍ଡିରାଗଢିଆ ଗ୍ରାମରେ ।
ଗାଁ ଭିତରେ ପଶି ପାରିଲାନି ଆମ୍ବୁଲାନ୍ସ: କାନ୍ଧରେ ବୁହା ହେଲେ ଗର୍ଭବତୀ - ବାଲେଶ୍ବର
ରାସ୍ତା ସୁବିଧା ନଥିବା କାରଣରୁ ଗାଁରେ ପ୍ରବେଶ କରିପାରିଲାନି ଆମ୍ବୁଲାନ୍ସ । ଶେଷରେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଆମ୍ବୁଲାନ୍ସ ଯାଏଁ ନେବାକୁ ପଡିଲା ।
ଗାଁ ଭିତରେ ପଶି ପାରିଲାନି ଆମ୍ବୁଲାନ୍ସ: କାନ୍ଧରେ ବୁହା ହେଲେ ଗର୍ଭବତୀ
ଗାଁ ଭିତରେ ପଶି ପାରିଲାନି ଆମ୍ବୁଲାନ୍ସ: କାନ୍ଧରେ ବୁହା ହେଲେ ଗର୍ଭବତୀ
ଗ୍ରାମର ବିଦ୍ୟାପତି ଦାସଙ୍କର ସ୍ତ୍ରୀ ଭାରତୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଗାଁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆସି ଅଧା ବାଟରେ ଅଟକି ଥିଲା । ପରିବାର ଲୋକେ କୌଣସି ଉପାୟ ନପାଇ ଶେଷରେ ଗାଁ ଲୋକଙ୍କ ସହଯୋଗରେ ମହିଳାଙ୍କୁ ଟେକିଟେକି ଆମ୍ବୁଲାନ୍ସ ଯାଏଁ ଆଣିଥିଲେ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ