ଓଡିଶା

odisha

By

Published : Jun 15, 2022, 2:06 PM IST

ETV Bharat / state

ରଜରେ ବାସିଲା ପୋଡ ପିଠା, ମନ କିଣିଲା ପାନ

ଓଡ଼ିଆଙ୍କର ମହାନ ଗଣ ପର୍ବ ହେଉଛି ରଜ । ଆଜିର ଆଧୁନିକ ସମାଜରେ ରଜ ପର୍ବ ସାମାନ୍ୟ ଫିକା ପଡିଥିବା ବେଳେ ବାଲେଶ୍ଵର ପ୍ରତିଭା ବିକାଶ ଟ୍ରଷ୍ଟ ଦ୍ୱାରା ରଜରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଅଧିକ ପଢନ୍ତୁ

Raja Celebration: ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ପାଳିତ ହେଲା ରଜ
Raja Celebration: ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ପାଳିତ ହେଲା ରଜ

ବାଲେଶ୍ବର:ଓଡ଼ିଆମାନଙ୍କର ମହାନ ଗଣ ପର୍ବ ହେଉଛି ରଜ । ଏହି ପର୍ବ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ରଜ ଦୋଳି ସହ ରଜ ପାନ, ପୋଡ ପିଠାରେ ମହକି ଉଠୁଛି ପୁରପଲ୍ଲୀ । କୁଆଁରିମାନେ ଏହି ତିନିଦିନ ସଜବାଜ ସାଙ୍ଗକୁ ବେଶ ମଉଜ କରନ୍ତି। ତେବେ ଆଜିର ଅତ୍ୟାଧୁନିକ ସମାଜରେ ରଜ ପର୍ବ ସାମାନ୍ୟ ଫିକା ପଡିଥିବା ବେଳେ ବାଲେଶ୍ଵର ପ୍ରତିଭା ବିକାଶ ଟ୍ରଷ୍ଟ ଦ୍ୱାରା ରଜରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Raja Celebration: ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ପାଳିତ ହେଲା ରଜ

ଯେଉଁଥିରେ ମହିଳାମାନେ ସେମାନଙ୍କ ହାତ ତିଆରି ପିଠା ପ୍ରଦର୍ଶନ କରିବା ସହ ବିକ୍ରି କରିବାର ସୁଯୋଗ ପାଇଥିଲେ । ପ୍ରାୟ 50 ଜଣ ମହିଳା ବିଭିନ୍ନ ପ୍ରକାରର ସୁସ୍ୱାଦୁ ପିଠା ପ୍ରଦର୍ଶନ କରିବା ସହ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ରଜ ଉପଲକ୍ଷେ ରସଗୋଲା ମହୋତ୍ସବ ଏବଂ ପୋଡପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ । ରସଗୋଲାର ପ୍ରାଚୀନତାକୁ ବଜାୟ ରଖିବା ପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରୟାସ କରାଯାଇଥିଲା ।

ଏହି ଉତ୍ସବରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ରସଗୋଲା ଦୋକାନୀମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ମିଠା ପ୍ରଦର୍ଶନ କରିଥିଲେ । ଉପସ୍ଥିତ ଦର୍ଶକ ମିଠା ଓ ପିଠାର ସୁଆଦକୁ ଉପଭୋଗ କରିବା ସହ ଘରକୁ ମଧ୍ୟ କିଣିକି ନେଇଥିଲେ । ଗତ 3 ବର୍ଷ ଧରି କୋଭିଡ କଟକଣା ଯୋଗୁଁ ପାଳନ କରାଯାଇନଥିବାବେଳେ ଚଳିତ ବର୍ଷ ରଜ ପାଳନକୁ ନେଇ ଲୋକଙ୍କ ମନରେ ଉତ୍ସାହ ଭରି ରହିଥିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details