ଓଡିଶା

odisha

ETV Bharat / state

ପ୍ରତାପଙ୍କ ଆକ୍ସନ: ବନ୍ଦ ହେଲା ବେଆଇନ ଟୋଲ ଆଦାୟ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବାଲେଶ୍ଵରର ଶେରଗଡ ଟୋଲଗେଟରେ ହେଉଥିବା ବେଆଇନ ଟିକସ ଆଦାୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 10, 2019, 10:44 AM IST

ବାଲେଶ୍ଵର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଶେରଗଡ ଟୋଲଗେଟରେ ହେଉଥିବା ବେଆଇନ ଟିକସ ଆଦାୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସେହି ରାସ୍ତାକୁ 1 କିଲୋମିଟର ପର୍ଯ୍ୟନ୍ତ ବନ୍ଦ କରିବାକୁ କହିଛନ୍ତି । ଏ ସଂପର୍କରେ ବାଲେଶ୍ଵର ଜିଲ୍ଲାପାଳ ଓ ପୋଲିସ ପ୍ରଶାସନକୁ ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ୫ନଂ ଜାତୀୟ ରାଜପଥର ଶେରଗଡ ଟୋଲଗେଟରେ ଅଚାନକ ପହଞ୍ଚିଥିଲେ। ସେଠାରେ ଅତ୍ୟାବଶ୍ୟକ ସେବା ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ରାସ୍ତାକୁ ବେଆଇନ ଭାବେ ସାର୍ବଜନୀନ କରି ଟଙ୍କା ଆଦାୟ କରାଯାଉଥିବା ମନ୍ତ୍ରୀ ଦେଖିବାକୁ ପାଇଥିଲେ। ମାନ୍ୟବର ମନ୍ତ୍ରୀ ତୁରନ୍ତ ଉକ୍ତ ରାସ୍ତାକୁ 1 କିଲୋମିଟର ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନଙ୍କୁ ଏହା ଅବଗତ କରାଇବା ପରେ ସେଠାରେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଅଚାନକ ଆକ୍ସନ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details