ବାଲେଶ୍ବର: ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ବାଲେଶ୍ୱରରେ LICର ଏକ ଡିଭିଜନାଲ୍ ଅଫିସ୍ ଖୋଲିବା ପାଇଁ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ସାଂସଦ ।
ଜିଲ୍ଲା ନୀଳଗିରିରେ ଏକ ସାଟେଲାଇଟ ସେଣ୍ଟର ଖୋଲିବା ପାଇଁ ପୂର୍ବରୁ ପ୍ରତାପ ନିର୍ମଳାଙ୍କ ନିକଟରେ ଅନୁରୋଧ କରିଥିଲେ । ବର୍ତ୍ତମାନ ଏହା ବିଷୟରେ ଆଲୋଚନା କରିବା ସହ ଏଥିପାଇଁ ଅନୁମତି ପ୍ରଦାନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହାସହ ଆଗାମୀ ଦିନରେ ବାଲେଶ୍ଵରରେ LICର ଏକ ଡିଭିଜନାଲ୍ ଅଫିସ୍ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ।