ଓଡିଶା

odisha

ETV Bharat / state

ନାମକୁ ନେଇ ଦ୍ବନ୍ଦ୍ୱ, ତାଲିକାରେ ଅଛି ନାମ ହେଲେ ମିଳିଲାନି ଟଙ୍କା - ବାଲେଶ୍ବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତି ଅଭିଯୋଗ । ତାଲିକାରେ ନାମ ଥାଇ ମଧ୍ୟ ଟଙ୍କା ମିଳି ନଥିବା ଅଭିଯୋଗ । ବଲେଶ୍ବର ଜିଲ୍ଲାର ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Mar 17, 2019, 9:29 AM IST

ବାଲେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ । ତାଲିକାରେ ନାମ ଥାଇ ସୁଦ୍ଧା ହିତାଧିକାରୀଙ୍କୁ ମିଳୁନି ଟଙ୍କା ବଂର ହିତାଧିକାରୀଙ୍କ ଟଙ୍କା ଆଉ କେହି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ଆରୁହା ପଞ୍ଚାୟତର ଚକଅର୍ଜୁନୀ ଗାଁରୁ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଉକ୍ତ ଗ୍ରାମର ଜ୍ୟୋସ୍ନାରାଣୀ ଦାସ ଯୋଗ୍ୟ ବିବେଚିତ ହୋଇଥିଲେ । ତାଙ୍କ ନାମରେ ଘର ମଞ୍ଜୁର ମଧ୍ୟ ହୋଇଥିବା ନେଇ ୱାର୍ଡ ମେମ୍ବର କହିଥିଲେ । ଘର ଟିଏ କରିବା ନେଇ ଅସାର ସ୍ୱପ୍ନ ଦେଖିଥିବା ଜ୍ୟୋସ୍ନାରାଣୀଙ୍କ ସ୍ୱପ୍ନ ଭାଙ୍ଗି ରୁଜିଯାଇଛି । ଯେତେବେଳେ ସେ ଜାଣିବାକୁ ପାଇଥିଲେ, ତାଲିକାରେ ତାଙ୍କ ନାମରେ ଥିବା କିସ୍ତି ଟଙ୍କା ଆଉ କେହି ଉଠାଇ ନେଇଯାଇଛି ।

ସୂଚନା ଅନୁସାରେ, ସରକାରଙ୍କ ଅନଲାଇନରେ ଉପଲବ୍ଧ ହୋଇଥିବା ରିପୋର୍ଟ ଅନୁସାରେ, ୨୦୧୭-୧୮ ଆର୍ଥିକ ବର୍ଷରେ ସେକସନ ନମ୍ବର ଓଆର୦୫୦୦୬/୪/୪/ ୩୯-୫.୪.୧୭ ରିଖରେ ଜ୍ୟୋସ୍ନାଙ୍କ ନାମରେ ଘର ମଞ୍ଜୁର ହୋଇଥିଲା । 4ଟି କିସ୍ତିରେ 1 ଲକ୍ଷ 20 ହଜାର ଟଙ୍କା ପ୍ରଦାନ କରାଯାଇଛି । ହେଲେ ଜ୍ୟୋସ୍ନାଙ୍କ ଅଭିଯୋଗ ଯେ, ତାଙ୍କୁ ବର୍ତ୍ତମାନ ସୁଦ୍ଧା ଘର ପାଇଁ କାର୍ଯ୍ୟାଦେଶ କିମ୍ବା ଟଙ୍କା ମିଳିନାହିଁ ।


ଅନ୍ୟପଟେ ଜ୍ୟୋସ୍ନାଙ୍କ ଅଭିଯୋଗ ନେଇ ଆରୁହା ପଞ୍ଚାୟତର ଭିଏଲଡବ୍ଲ୍ୟୁଙ୍କୁ ପଚାରିବାରୁ ସେ କହିଛନ୍ତି, ପଞ୍ଚାୟତରେ ଜ୍ୟୋସ୍ନାରାଣୀଙ୍କ ନାମରେ 2 ଜଣ ହିତାଧିକାରୀ ଅଛନ୍ତି । ଜ୍ୟୋସ୍ନାରାଣୀ ଦାଶ ନୁହେଁ, ବଂର ଜ୍ୟୋସ୍ନାରାଣୀ ଦେଓଙ୍କୁ ଘର ମିଳିଥିବା ନେଇ କହିଛନ୍ତି । ନାମ ଦ୍ବନ୍ଦକୁ ନେଇ ଘରଟିଏ ପାଇବାରୁ ବଞ୍ଚିତ ହୋଇଛନ୍ତି ଜ୍ୟୋସ୍ନା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details