ଓଡିଶା

odisha

ETV Bharat / state

ବାଲେଶ୍ବରରେ ପୋଷ୍ଟାଲ ବାଲାଟ ଭୋଟ‌ଦାନକୁ ନେଇ ଉତ୍ତେଜନା - ପୋଷ୍ଟାଲ ବାଲେଟରେ ଭୋଟ

ବାଲେଶ୍ବରରେ ପୋଷ୍ଟାଲ ବାଲାଟ ଭୋଟ‌ଦାନକୁ ନେଇ ଉତ୍ତେଜନା । ସୁସ୍ଥ ଭୋଟରଙ୍କୁ ଦିବ୍ୟାଙ୍ଗ ଦର୍ଶାଇ ଭୋଟ କରାଉଥିବା ସହ ଗ୍ଲୋବସ କିମ୍ବା ମାସ୍କ ନ ପିନ୍ଧି ଟିମ ଲୋକଙ୍କୁ ପାଖକୁ ଯାଇଥିବା ଅଭିଯୋଗ ଉଠିଛି । ଅଧିକ ପଢନ୍ତୁ..

ବାଲେଶ୍ବରରେ ପୋଷ୍ଟାଲ ପୋଲିଂ ଟିମ ହଟହଟା
ବାଲେଶ୍ବରରେ ପୋଷ୍ଟାଲ ପୋଲିଂ ଟିମ ହଟହଟା

By

Published : Oct 23, 2020, 9:14 PM IST

ବାଲେଶ୍ଵର: ଜିଲ୍ଲା ଟାଉନ ଥାନା ଅଧିନ ମହମ୍ମଦପୁର ଛକରେ ପ୍ରଶାସନର ପୋଲିଂ ଟିମକୁ ଗ୍ରାମବାସୀ ଅଟକ ରଖିଥିବା ଦେଖିବାକୁ ମିଳିଛି । ପୋଷ୍ଟାଲ ବାଲେଟରେ ଭୋଟ ପାଇଁ ଯାଇଥିବା ବେଳେ ପୋଲିଂ ଟିମକୁ ଗ୍ରାମବାସୀ ଘେରିଛନ୍ତି ।

ବାଲେଶ୍ବରରେ ପୋଷ୍ଟାଲ ପୋଲିଂ ଟିମ ହଟହଟା

ସୁସ୍ଥ ଭୋଟରଙ୍କୁ ଦିବ୍ୟାଙ୍ଗ ଦର୍ଶାଇ ଭୋଟ କରାଉଥିବା ଅଭିଯୋଗ ହୋଇଛି । ସେହପରି ଗ୍ଲୋବସ କିମ୍ବା ମାସ୍କ ନ ପିନ୍ଧି ଟିମ ଲୋକଙ୍କୁ ପାଖକୁ ଯାଇଥିବା ଅଭିଯୋଗ ଉଠିଛି । ଏହାକୁ ନେଇ ବେଶ କିଛି ସମୟ ଚାପା ଉତ୍ତେଜନା ଲାଗି ରହିଥିଲା। ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି ।

ବାଲେଶ୍ବରରେ ପୋଷ୍ଟାଲ ପୋଲିଂ ଟିମ ହଟହଟା

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details