ଓଡିଶା

odisha

ETV Bharat / state

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ବିକ୍ଷୋଭ - Population Resolution Foundation protest in Balasore

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ପରିବାର ନିୟନ୍ତ୍ରଣ ଆଇନ ଲାଗୁ ଓ କଡାକଡି କରିବା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଧିକ ପଢନ୍ତୁ...

Population Resolution Foundation protest in Balasore
ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ବିକ୍ଷୋଭ

By

Published : Feb 25, 2021, 9:09 PM IST

ବାଲେଶ୍ଵର: ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ପରିବାର ନିୟନ୍ତ୍ରଣ ଆଇନ ଲାଗୁ ଓ କଡାକଡି କରିବା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ବିକ୍ଷୋଭ
ଫାଉଣ୍ଡେସନର ଦାବି ଅନୁସାରେ, ଦେଶରେ ଯେଉଁ ମାତ୍ରାରେ ଜନସଂଖ୍ୟା ବୃଦ୍ଧି ପାଉଛି ଆଗାମୀ କିଛି ବର୍ଷ ମଧ୍ୟରେ ତାହା ବହୁ ଅଧିକ ଗୁଣା ବୃଦ୍ଧି ପାଇବାକୁ ଥିବା ବେଳେ ଲୋକମାନେ ଖାଦ୍ୟ ଓ ବାସଗୃହ ସମସ୍ୟା ଭୋଗିବେ । ଏଥିପାଇଁ ପିତାମାତା ଦୁଇଟି ସନ୍ତାନ ପରେ ତୃତୀୟ ସନ୍ତାନ ଜନ୍ମ କଲେ ସେମାନଙ୍କୁ ଜେଲଦଣ୍ଡ ସହ ଜରିମାନା ଲଗାଇବା ତଥା ନାଗରିକତ୍ୱରୁ ବାଦ ଦେବାଭଳି ଆଇନ ପ୍ରଣୟନ କରିବା ପାଇଁ ଫାଉଣ୍ଡେସନ ଦାବି କରିଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details