ବାଲେଶ୍ଵର: ରାସ୍ତାର ଦୁରାଵସ୍ଥା ନେଇ ଜନ ଅସନ୍ତୋଷ । ବାଲେଶ୍ଵର ଜିଲ୍ଲା ବାମପଦା ଛକରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବା ବେଳେ ରାସ୍ତାର ଦୂରାଵସ୍ଥା ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତକାଲି(ବୁଧବାର) ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ସ୍ଥାନୀୟ ଲୋକ ତଥା ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଥିଲା।
ଆଜି(ଗୁରୁବାର) ସକାଳେ ଏନଏଚଏଆଇର ପିଡି ରାସ୍ତାକାମ କରିବା ପାଇଁ ବାମପଦା ଠାରେ ପହଞ୍ଚିଥିଲେ। ସେଠାରେ ଲୋକମାନେ ପିଡ଼ିଙ୍କୁ ଘେରିବା ସହ ତୁରନ୍ତ ମରାମତି ଓ ଓଭର ବ୍ରିଜ ପାଇଁ ଦାବି କରିଥିଲେ। ବର୍ତ୍ତମାନ ରାସ୍ତାରେ ଥିବା ଖାଲ ଖମା ମରାମତି କରିବା ଦେଖିବାକୁ ମିଳିଛି। ଅନ୍ୟପଟେ ଟ୍ରାଫିକ ପକ୍ଷରୁ ମଧ୍ୟ କର୍ମଚାରୀ ନିୟୋଜିତ କରାଯାଇଛି। ଓଭର ବ୍ରିଜ ପାଇଁ ଟେଣ୍ଡର ହୋଇ ସାରିଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ ହବ ବୋଲି ପିଡି କହିଛନ୍ତି।