ବାଲେଶ୍ବର:ବାଲେଶ୍ବର ବିଜେଡିରେ ସବୁ କିଛି ଠିକ୍ ଠାକ୍ ଚାଲି ନାହିଁ କି ? ଦଳ ଭିତରେ ରହିଛି କି ଗୋଷ୍ଠୀ କନ୍ଦଳ ? ଦଳୀୟ ନେତାଙ୍କ ମଧ୍ୟରେ ଅଛି କି ଫାଟ ? ବାଲେଶ୍ବରରେ ଫାଇବ୍ ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ସଭାରେ ଯାହା ଘଟିଲା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସଦର ବିଧାୟକଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ମହିଳା କାଉନସିଲର । ଥାନାରେ ଦେଇଛନ୍ତି ଏତଲା । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହୋଇଛନ୍ତି ଦ୍ବାରସ୍ଥ ।
ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ ଏବଂ ତାଙ୍କର କିଛି ସହଯୋଗୀ, ମହିଳାମାନଙ୍କୁ ସମ୍ମାନ ଦେବାରେ ବ୍ୟତିକ୍ରମ କରୁଥିବା ଅଭିଯୋଗ ଆଣିଛନ୍ତି ମହିଳା କାଉନସିଲର ରଞ୍ଜିତା ମହାପାତ୍ର । ଗତ ଜାନୁଆରି ୬ ତାରିଖରେ ବାଲେଶ୍ବର ମିଶନ ପଡ଼ିଆରେ ଅନୁଷ୍ଠିତ ୫ ଟି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସିଟ୍ ରୁ ଉଠାଇ ଦେବାକୁ ନେଇ, ବିଷ ଉଗାଳିିଛନ୍ତି ମହିଳା କାଉନସିଲର । ଏହାକୁ ନେଇ କାଉନସିଲର ରଞ୍ଜିତା ମହାପାତ୍ର ସହଦେବଖୁଣ୍ଟା ଥାନାରେ ଏତଲା ଦେଇଛନ୍ତି । ପରେ ମହିଳାମାନେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: କଂଗ୍ରେସରେ 60 ପ୍ରାର୍ଥୀ ଫାଇନାଲ୍, ଫେବ୍ରୁଆରିରେ ଟିକେଟ୍ ବଣ୍ଟନ: ତାରା ବାହିନୀପତି
ଜାନୁଆରୀ ୬ ତାରିଖରେ ବାଲେଶ୍ବର ମିଶନ ପଡ଼ିଆରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ସାମିଲ ହୋଇଥିଲେ ବିଜେଡି ବିଧାୟକ, ମନ୍ତ୍ରୀ, କାଉନସିଲର ଏବଂ କର୍ମୀ । କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହିଳା କାଉନସିଲର ରଞ୍ଜିତା ମହାପାତ୍ର ଏବଂ ତାଙ୍କର କିଛି ସମର୍ଥକ । ମାତ୍ର ସଭାସ୍ଥଳରେ ବସିବାକୁ ନେଇ ସୃଷ୍ଟି ହୋଇଥିଲା ସମସ୍ୟା । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ କାଉନସିଲର ରଞ୍ଜିତା । ତାଙ୍କର ଅଭିଯୋଗ, କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ମହିଳାମାନଙ୍କୁ ବସିବା ପାଇଁ ଚେୟାର ମିଳିନଥିଲା । ଏପରିକି ତାଙ୍କୁ ହାତ ଧରି ଉଠାଇ ଦିଆଯାଇଥିଲା । ସଦର ବିଧାୟକ ସ୍ବରୂପ ଦାସଙ୍କ ନିକଟତର ଲୋକ ତଥା ବିଧାୟକଙ୍କ ପ୍ରତିନିଧି ଏଭଳି କରିଥିବା ଅଭିଯୋଗ ଆଣିଛନ୍ତି ରଞ୍ଜିତା ।
ଏହାମଧ୍ୟ ପଢ଼ନ୍ତୁ: ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ