ବାଲେଶ୍ଵର: କୋରୋନାକୁ ନେଇ ସରକାର ଘୋଷଣା କରିଥିବା ଲକଡାଉନର ଉଦ୍ଦେଶ୍ୟ ଓ ଏହାକୁ ମାନି ଘରେ ସୁରକ୍ଷିତ ରହିବା ପାଇଁ ବାଲେଶ୍ଵର ପୋଲିସ ଲୋକଙ୍କୁ ସଚେତନ କରାଇଛନ୍ତି । ହାତରେ ପ୍ଲାକାର୍ଡ ଧରି ଲୋକଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । କରୋନା ପାଇଁ ସାରାଦେଶ ଲକଡାଉନ ବେଳେ ବାଲେଶ୍ୱରରେ କିଛିଟା ଏହାକୁ ବେଖାତିର କରୁଥିବା ଦେଖିବାକୁ ମିଳୁଥିଲା। ଫଳରେ ପୋଲିସ ପ୍ରଶାସନ ଛକଛକରେ ଚେକପୋଷ୍ଟ କରି ବିନା କାରଣରେ ବାହାରକୁ ଯିବା ପାଇଁ ଅଙ୍କୁଶ ଲଗାଇଛି।
ପ୍ଲାକାର୍ଡ ଦେଖାଇ କୋରୋନା ସଚେତନ କଲା ପୋଲିସ - ସଚେତନ କଲା ପୋଲିସ
ଲକଡାଉନର ଉଦ୍ଦେଶ୍ୟ ଓ ଏହାକୁ ମାନି ଘରେ ସୁରକ୍ଷିତ ରହିବା ପାଇଁ ବାଲେଶ୍ଵର ପୋଲିସ ଲୋକଙ୍କୁ କରାଇଛନ୍ତି ସଚେତନ । ସାରାଦେଶ ଲକଡାଉନ ବେଳେ ବାଲେଶ୍ୱରରେ କିଛିଟା ଏହାକୁ ବେଖାତିର କରୁଥିବାରୁ ହାତରେ ପ୍ଲାକାର୍ଡ ଧରି ଲୋକଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ ପୋଲିସ । ଅଧିକ ପଢନ୍ତୁ...
ପ୍ଲାକାର୍ଡ ଦ୍ୱାରା କୋରୋନା ସଚେତନ କଲା ପୋଲିସ
ଏହାପରେ ବି ଲୋକମାନେ ସଚେତନ ନଥିବା ପରିଲିକ୍ଷିତ ହୋଇଥିଲା। ଯାହାକୁ ନେଇ ବିବେକାନନ୍ଦ ମାର୍ଗରେ କାର୍ଯ୍ୟରତ ପୋଲିସମାନେ ପ୍ଲାକାର୍ଡ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛନ୍ତି। ସମସ୍ତେ ଘରେ ରହି ସୁରକ୍ଷିତ ରହିଲେ କରୋନା ସଂକ୍ରମଣ ରୋକିବାରେ ସଫଳ ହେବା ବୋଲି ସନ୍ଦେଶ ଦେଇଛନ୍ତି। ଏମିତିକି ସାଧାରଣ ଲୋକ ଘରେ ରହିବା ପାଇଁ ପୋଲିସ ରାସ୍ତାରେ ନିଜ ଘର ଛାଡ଼ି ଡିୟୁଟି କରୁଥିବାରୁ ଏହି ମର୍ମକୁ ଲୋକେ ବୁଝିବା ପାଇଁ କାର୍ଯ୍ୟରତ ପୋଲିସମାନେ ସଚେତନତାର ବାର୍ତ୍ତା ଦେଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ