ଓଡିଶା

odisha

ETV Bharat / state

ନକଲି ବିଡିଓ ସାଜି ଲୋକଙ୍କୁ ଲୁଟୁଥିଲେ, ବାନ୍ଧିଲା ପୋଲିସ - ନକଲି ବିଡିଓ

Balasore Police arrest Fake BDO: ନକଲି ବିଡିଓ ସାଜି ଲୋକଙ୍କୁ ବୁଲାଉଥିଲେ କଳାକନା । ଶେଷରେ ଅଭିଯୁକ୍ତକୁ ବାନ୍ଧିଲା ବାଲେଶ୍ବର ପୋଲିସ । ଅଧିକ ପଢନ୍ତୁ

Balasore Police
Balasore Police

By ETV Bharat Odisha Team

Published : Jan 4, 2024, 9:35 PM IST

ନକଲି ବିଡିଓ ସାଜି ଲୋକଙ୍କୁ ଲୁଟୁଥିଲେ

ବାଲେଶ୍ବର:ନକଲି ବିଡିଓ ସାଜିଥିଲେ, ଆଉ ଖୁଲମଖୁଲା ଲୋକଙ୍କୁ ଲୁଟୁଥିଲେ । କେତେବେଳେ ଆବାସ ଯୋଜନା ନାଁରେ ତ ଆଉ କେତେବେଳେ ଅନ୍ୟ କିଛି ପ୍ରତିଶୃତି ଆଳରେ । ଏଭଳି ଜଣେ ନକଲି ବିଡିଓ ଶେଷରେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି । ଖନ୍ତାପଡା ଥାନା ଅଧୀନରେ ଗତ ୩୦ ତାରିଖରେ ନକଲି ବିଡିଓ ସାଜି ଲୋକଙ୍କୁ ଲୁଟିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ବାଲେଶ୍ଵର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁସାରେ, ନକଲି ବିଡ଼ିଓ ସାଜି କେହି ଜଣେ ଅଜଣା ବ୍ୟକ୍ତି ଇନ୍ଦିରା ଆବାସ ଗୃହ ଦେବା ଆଳରେ ୨୦ ହଜାର ଠକି ନେଉଥିବା ଡିସେମ୍ବର ୩୦ ତାରିଖରେ ପଣ ପଣା ଅଞ୍ଚଳର ସୁଲୋଚନା ପ୍ରଧାନ ନାମକ ମହିଳା ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ କେଶ ନମ୍ବର ୩୧୧/୨୪ ମୂଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ସମାନ ଢଙ୍ଗରେ ଅନେକ ଲୋକଙ୍କୁ ଠକି ଟଙ୍କା ନେଇଥିବା ଅଭିଯୋଗ ରୂପସା ଥାନା, ଖଇରା ଥାନା ଭଳି ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଥିଲା ।

ଏହା ବି ପଢନ୍ତୁ- ପୋଲିସ କବଜାରେ ନକଲି ପୋଲିସ, ୧୭ ଜଣ ଠକାମିର ଶିକାର

ପୋଲିସର ଏକ ସ୍ବତନ୍ତ୍ର ଟିମ ସଦର ଏସଡିପିଓ ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ବରେ ଗଠନ କରାଯାଇ ମିଳିତ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଅଭିଯୁକ୍ତ ଜଣକ ସମାନ ବ୍ୟକ୍ତି ଥିବା ଜଣାପଡିଥିଲା । ତେବେ ଅଭିଯୁକ୍ତ ନାମରେ ମୋଟ ୭୫ଟି ମାମଲା ବିଭିନ୍ନ ଥାନାରେ ଥିବାର ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ଈଶ୍ବର ବେହେରା ହୋଇଥିବା ବେଳେ ସେ ତାଙ୍କ ଜ୍ବାଇଁଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ଏମିତି ଲୁଟ କରୁଥିବା ଅଭିଯୋଗ ପୂର୍ବରୁ ହୋଇଥିଲା ।

ଏହିଭଳି ଠକେଇ ଯୋଗୁଁ ତାଙ୍କ ନାଁରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୫୦ରୁ ଅଧିକ ଅପରାଧିକ ମାମଲା ରହିଛି । ଏଥିପାଇଁ ସେ ୩ ବର୍ଷରୁ ଅଧିକ ସମୟ ଜେଲରେ ରହିଥିବା ବେଳେ ଜେଲରୁ ବାହାରିବା ପରେ ସେ ୭ଟି ଅପରାଧ ଭିଆଇଥିବା ପୋଲିସ କହିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ସୁନା ଗହଣା, ଜରୁରୀ କାଗଜପତ୍ର, ୫୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ଏମାନଙ୍କ ବିରୋଧରେ ପୋଲିସ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ଏସପି ସାଗରିକା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details