ଓଡିଶା

odisha

ETV Bharat / state

ରାସ୍ତାରୋକ ବେଳେ ପୋଲିସ ଜନତା ମୁହାଁମୁହିଁ, 4 ଗୁରୁତର ମେଡିକାଲରେ ଭର୍ତ୍ତି

ଡ଼ମ୍ଫର ଧକ୍କାରେ ଗୁରୁତର ଯୁବକଙ୍କୁ କ୍ଷତିପୂରଣ ପାଇଁ ରାସ୍ତାରୋକ ବେଳେ ଅଘଟଣ । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇଥିବା ପୋଲିସ ଉପରକୁ ଢେଲା ମାଡ଼ । ଘଟଣାରେ ଜଣେ ମହିଳା କନେଷ୍ଟବଳ ଆହତ। ଅଧିକ ପଢନ୍ତୁ...

By

Published : Feb 12, 2021, 1:33 PM IST

ରାସ୍ତାରୋକ ବେଳେ ପୋଲିସ ଜନତା ମୁହାଁମୁହିଁ, 4 ଗୁରୁତର ମେଡିକାଲରେ ଭର୍ତ୍ତି
ରାସ୍ତାରୋକ ବେଳେ ପୋଲିସ ଜନତା ମୁହାଁମୁହିଁ, 4 ଗୁରୁତର ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ଜିଲ୍ଲା ସୋର ଅଞ୍ଚଳରେ ପୋଲିସ ଓ ଜନତା ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ପୋଲିସ ଉପରକୁ ଢେଲାମାଡ଼ ହୋଇଥିବା ବେଳେ ପୋଲିସ ଲାଠିଚାର୍ଜ କରିଛି। ସୂଚନା ଅନୁସାରେ, ସୋର ଥାନା ଆଙ୍ଗୁଳା ଛକ ନିକଟରେ ଡ଼ମ୍ଫର ଧକ୍କାରେ ଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିଲେ। ଯୁବକଙ୍କୁ କ୍ଷତି ପୂରଣ ଦାବି କରି ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ।

ରାସ୍ତାରୋକ ବେଳେ ପୋଲିସ ଜନତା ମୁହାଁମୁହିଁ, 4 ଗୁରୁତର ମେଡିକାଲରେ ଭର୍ତ୍ତି

ସୋର ପୋଲିସ, ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ଏହାରି ଭିତରେ ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ଢେଲା ମାଡ଼ କରିଥିଲେ। ପରେ ପୋଲିସ ଉତ୍ୟକ୍ତ ଲୋକଙ୍କ ଉପରେ ଲାଠି ଚାର୍ଜ କରିଥିଲା।

ଘଟଣାରେ ଜଣେ ମହିଳା କନେଷ୍ଟବଳ ଓ ପୋଲିସର ଲାଠି ମାଡ଼ରେ 3 ଜଣ ଧାରଣାକାରୀ ଗୁରୁତର ହୋଇ ସୋର ମେଡ଼ିକାଲ ଭର୍ତ୍ତି ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତେଜନା ଲାଗିରହିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details