ଓଡିଶା

odisha

ETV Bharat / state

ପୁରୀ ଯାଉଥିବା ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, 9 ଆହତ - ଗୁଜୁରାଟର ଆରବାଲି ଜିଲ୍ଲା

ଗୁଜୁରାଟର ଆରାବଳି ଜିଲ୍ଲାରୁ ୯ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ଏକ କମାଣ୍ଡର, ବାଲେଶ୍ବରର ସୋରସ୍ଥିତ ତଳନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ଖବର ପାଇବା ପରେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

By

Published : Nov 15, 2019, 10:04 AM IST

ବାଲେଶ୍ବର: ଗୁଜୁରାଟର ଆରାବଳି ଜିଲ୍ଲାରୁ 9 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାତ୍ରା କରୁଥିବା ଏକ କମାଣ୍ଡର ବାଲେଶ୍ବରର ସୋରସ୍ଥିତ ତଳନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜିଲ୍ଲା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥରେ ଏ ଦୁର୍ଘଟଣା ଘଟିଛି। ଏହି ରାଜପଥରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କମାଣ୍ଡର। ଯାହା ଫଳରେ ଏଥିରେ ଯାତ୍ରା କରୁଥିବା ୯ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଏ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ, ଗୁରୁତର ହୋଇଥିବା ୩ଜଣଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details