ବାଲେଶ୍ବର: ସୀମା ଲଙ୍ଘୁଛି ବର୍ବରତା । ଦିନକୁ ଦିନ ବଢିବାରେ ଲାଗିଛି ଦୁଷ୍କର୍ମ ମାମଲା । ପୁଣି ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରିରୁ ।
ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ - ମରିଯାଉଛି ମାନବିକତା
ଦିନକୁ ଦିନ ମରିଯାଉଛି ମାନବିକତା । ଭିନ୍ନକ୍ଷମ ଦୁଷ୍କର୍ମ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି ।
![ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ](https://etvbharatimages.akamaized.net/etvbharat/prod-images/768-512-4081827-thumbnail-3x2-rape.jpg)
ପ୍ରତିକାତ୍ମକ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ମା’ କାମକୁ ଯାଇଥିବାବେଳେ ଘରେ ପଶି ଦୂର ସମ୍ପର୍କୀୟ ଭାଇ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି । ପିଡୀତାଙ୍କ ମା’ ଏନେଇ ଥାନାରେ ଆଣିଛନ୍ତି ଅଭିଯୋଗ । ତେବେ ଅଭିଯୁକ୍ତ ଫେରାର ଥିବାବେଳେ ନୀଳଗିରି ପୋଲିସ 179/19ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୂର୍ବରୁ ମଧ୍ୟ ଅଭିଯୁକ୍ତ ଏଭଳି ଦୁଷ୍କର୍ମ କରିଥିଲା । କିନ୍ତୁ ଏହାର ସମାଧାନ ଗାଁରେ ହୋଇଥିଲା । କିନ୍ତୁ ଏବେ ପୁଣି ଏହା ଘଟିବା ପରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ମା’ ଝିଅ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ