ଓଡିଶା

odisha

ETV Bharat / state

ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ, ରେମୁଣା ବିଧାୟକଙ୍କ ନାଁରେ ମାମଲା

ରେମୁଣା ନିର୍ବାଚନ ମଣ୍ଡଳୀର ନବାଗତ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାମରେ ମାମଲା । ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗରେ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ।

By

Published : Jul 3, 2019, 8:30 PM IST

Updated : Jul 3, 2019, 9:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ରେମୁଣା ନିର୍ବାଚନ ମଣ୍ଡଳୀର ନବାଗତ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାମରେ ମାମଲା । ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ, ବାଣିଜ୍ୟ କର ଫାଙ୍କିବା, ଭୁଲ ଜାତିଗତ ପ୍ରମାଣପତ୍ର ଦାଖଲ କରିବା ଭଳି ସଙ୍ଗିନ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମାମଲା ଦାୟର କରିଛନ୍ତି ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ । ଏସବୁ ଅଭିଯୋଗକୁ ବିଚାରକୁ ନେଇ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସେ ହାଇକୋର୍ଟରେ ଅପିଲ କରିଥିବା ଜଣାପଡିଛି । ତେବେ ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 3, 2019, 9:24 PM IST

ABOUT THE AUTHOR

...view details