ଓଡିଶା

odisha

ETV Bharat / state

ଦୋକାନ ଉଚ୍ଛେଦ ନ କରିବାକୁ ପ୍ରଶାସନକୁ ଅନୁରୋଧ - shop evacuation in balasore

ବାଲେଶ୍ବର ପ୍ରଶାସନ ପକ୍ଷରୁ ଓଭରବ୍ରିଜ୍‌ ତଳେ ଦୋକାନୀଙ୍କୁ ଦୋକାନ ଘର ଦିଆଯାଇଥିଲା । ହେଲେ ପୋଲ ଅବସ୍ଥା ବିଗିଡିବାରୁ ପୋଲ ମରାମତି ନାଁରେ ଏବେ ତାହା ଉଚ୍ଛେଦ ପାଇଁ ଚାଲିଛି ପ୍ରକ୍ରିୟା । ଯାହାର ବିରୋଧ କରିଛନ୍ତି ଦୋକାନୀମାନେ । ଅଧିକ ପଢନ୍ତୁ...

ଦୋକାନ ଉଚ୍ଛେଦ ନକରିବାକୁ ପ୍ରଶାସନକୁ ଅନୁରୋଧ
ଦୋକାନ ଉଚ୍ଛେଦ ନକରିବାକୁ ପ୍ରଶାସନକୁ ଅନୁରୋଧ

By

Published : Sep 25, 2021, 5:11 PM IST

ବାଲେଶ୍ଵର: ଦୀର୍ଘ ବର୍ଷ ତଳେ ପ୍ରଶାସନ ପକ୍ଷରୁ ଓଭରବ୍ରିଜ୍‌ ତଳେ ଦୋକାନୀଙ୍କୁ ଦୋକାନ ଘର ଦିଆଯାଇଥିଲା। ୧୭୦ ଜଣ ଦୋକାନୀ ଓଭରବ୍ରିଜ୍ ତଳେ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି । ନିୟମିତ ଭାବେ ପୋଲର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ପୋଲର ଅବସ୍ଥା ବିଗିଡିବାରେ ଲାଗିଛି । ଏହାକୁ ନିୟମିତ ମରାମତି ନକରି ଏବେ ମରାମତି ନାଁରେ ଦୋକାନୀମାନଙ୍କୁ ଉଚ୍ଛେଦ କରିବା ନେଇ କମିଟି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।

ଦୋକାନ ଉଚ୍ଛେଦ ନକରିବାକୁ ପ୍ରଶାସନକୁ ଅନୁରୋଧ

ଏହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମକଦ୍ଦମା ବି ଚାଲିଛି । ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଆସିବା ପୂର୍ବରୁ ତରବରିଆ ଭାବେ ଜିଲ୍ଲା ପ୍ରଶାସନ ଉଚ୍ଛେଦ ପାଇଁ ପଦକ୍ଷେପ ନେବା କଥାକୁ ଦୋକାନୀମାନେ ବିରୋଧ କରିଛନ୍ତି। କରୋନା ମହାମାରୀ ସମୟରେ ଦୋକାନୀଙ୍କ ମେରୁଦଣ୍ଡ ଭାଙ୍ଗିଥିବାବେଳେ ଏବେ ଉଚ୍ଛେଦ ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦୋକାନ ଉଚ୍ଛେଦ ନକରି ରାତି ୧୦ରୁ ସକାଳ ୬ଟା ଭିତରେ ମରାମତି ହୋଇପାରିବ ବୋଲି ମତ ଦେଇଛି କମିଟି । ଏହାସହ ଯଦି ଉଚ୍ଛେଦ କରାଯିବ, ତେବେ ବାଲେଶ୍ଵରରେ ଥିବା ଦୁଇ ତିନୋଟି ଜାଗାରେ ଥଇଥାନ କରାଇ ଉଚ୍ଛେଦ କରିବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details