ଓଡିଶା

odisha

ETV Bharat / state

ନୀଳଗିରିକୁ ଜିଲ୍ଲା ମାନ୍ୟତା ଦାବିରେ ୨୦ କିଲୋମିଟର ପଦଯାତ୍ରା

ନୀଳଗିରିକୁ ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦଯାତ୍ରା । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 8, 2023, 8:44 AM IST

ନୀଳଗିରିକୁ ଜିଲ୍ଲା ମାନ୍ୟତା ଦାବିରେ ପଦଯାତ୍ରା
ନୀଳଗିରିକୁ ଜିଲ୍ଲା ମାନ୍ୟତା ଦାବିରେ ପଦଯାତ୍ରା

ନୀଳଗିରିକୁ ଜିଲ୍ଲା ମାନ୍ୟତା ଦାବି

ବାଲେଶ୍ବର: ଜୋର ଧରିଲା ନୀଳଗିରିକୁ ଜିଲ୍ଲା ମାନ୍ୟତା ଦାବି । ବାଲେଶ୍ୱର ଜିଲ୍ଲା ନୀଳଗିରି ଗଡ଼ଜାତ ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନୀଳଗିରି ଜଗନ୍ନାଥ ମନ୍ଦିରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୀର୍ଘ ୨୦ କିଲୋମିଟର ପଦଯାତ୍ରାରେ ୫୦୦ ଶହରୁ ଊର୍ଦ୍ଧ୍ବ ନୀଳଗିରିବାସୀ ବାହାରିଥିଲେ । ଜଗନ୍ନାଥଙ୍କ ଆଜ୍ଞାମାଳ ନେବା ପରେ ପଦଯାତ୍ରାକୁ ଶୁଭାରମ୍ଭ କରାଯାଇଥିଲା । ଔପଦା ବ୍ଲକର ୯୦ ବର୍ଷୀୟ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ବାଲେଶ୍ବର ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

ସ୍ବାଧୀନ ଭାରତରେ ରାଜତନ୍ତ୍ରର ବିଲୋପ କରି ପ୍ରଥମ ଗଡ଼ଜାତ ରାଜ୍ୟ ଭାବେ ସ୍ବାଧୀନ ଭାରତରେ ମିଶ୍ରଣ ସମୟରେ ନୀଳଗିରିକୁ ସ୍ବତନ୍ତ୍ର ଅଧିକାର ଦେବା ପାଇଁ ଚୁକ୍ତିନାମା ହୋଇଥିଲା । କିନ୍ତୁ ସ୍ବାଧୀନତାର ଦୀର୍ଘ ୭୭ ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଇନଥିବା ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆବାହକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜିଲ୍ଲା ମାନ୍ୟତା ଦାବିରେ 12 ଘଣ୍ଟିଆ ନୀଳଗିରି ବନ୍ଦ

ଏହି ପଦଯାତ୍ରା ଦିନ ୧ଟା ବେଳେ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ନୀଳଗିରିକୁ ଏକ ସ୍ବତନ୍ତ୍ର ଜିଲ୍ଲା ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ସ୍ମାରକପତ୍ର ଆବାହକ ତଥା ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ ଆଣି ରାଜରାସ୍ତାରେ ବିଜେପିର ପ୍ରତିବାଦ

ଏନେଇ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ପୁରସ୍ତମ ସେଠୀ କହିଛନ୍ତି ଯେ, ନୀଳଗିରି ପ୍ରଥମ ଗଡଜାତ ମିଶ୍ରଣ ହୋଇଥିବାରୁ ଜିଲ୍ଲା ମାନ୍ୟତା ପାଇବା ଏହାର ପ୍ରଥମ ହକ୍ । ଏଠାରେ ଖଣି, ଖାଦାନ, ରେଳ ସବୁ ଅଛି । ସ୍ବତନ୍ତ୍ର ଜିଲ୍ଲା ଦାବିରେ ଆଜି ନୀଳଗିରିରୁ ବାଲେଶ୍ବରକୁ ପାଦଯତ୍ରା ହୋଇଛି । ଯଦି ଆମର ଦାବି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ଣ୍ଣାପାତ ନ କରନ୍ତି ତେବେ ଏହି ପଦଯାତ୍ରା ନୀଳଗିରିରୁ ଭୁବନେଶ୍ବର ଯାଏଁ ଚାଲିବ । ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ । ଏନେଇ ପୂର୍ବରୁ ମଧ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details