ଓଡିଶା

odisha

ETV Bharat / state

ସାବିତ୍ରୀ ପାଇଁ ଲୋକେ ଭୂଲିଗଲେ ସାମାଜିକ ଦୂରତା ନିୟମ - ବାଲେଶ୍ବର ଖବର

ବାଲେଶ୍ବର ଫାଣ୍ଡି ଛକରେ ଥିବା ଫଳ ବଜାରରେ ସାବିତ୍ରୀ ପାଇଁ ପ୍ରବଳ ଭିଡ ଜମିଥିବା ବେଳେ ଏହି ଭିଡରେ ଲୋକେ ସାମାଜିକ ଦୂରତ୍ବ ନିୟମ ଭୂଲିଯାଇଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

People forgot social distance rule for sabitri
ସାବିତ୍ରୀ ପାଇଁ ଲୋକେ ଭୂଲିଗଲେ ସାମାଜିକ ଦୂରତା ନିୟମ

By

Published : May 21, 2020, 5:42 PM IST

Updated : May 21, 2020, 5:48 PM IST

ବାଲେଶ୍ବର: ରାତି ପାହିଲେ ସାବିତ୍ରୀ ବ୍ରତ । ଏଥିପାଇଁ ଚଳଚଞ୍ଚଳ ହୋଇଛି ବାଲେଶ୍ଵର ସହର । ହେଲେ ଇତିମଧ୍ୟରେ ଲୋକେ ଭୂଲି ଯାଇଥିଲେ କୋରୋନା ମହାମାରୀ ପାଇଁ ଜାରି ହୋଇଥିବା ଗାଇଡ଼ଲାଇନକୁ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସହରର ଫାଣ୍ଡି ଛକରେ ଥିବା ଫଳ ବଜାରରେ ।

ସାବିତ୍ରୀ ପାଇଁ ଲୋକେ ଭୂଲିଗଲେ ସାମାଜିକ ଦୂରତା ନିୟମ

ସାବିତ୍ରୀ ପାଇଁ ଏହି ବଜାରରେ ଜମିଥିଲା ଲୋକଙ୍କ ଭିଡ଼ । ଏଠାରେ ଲୋକେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ନିୟମକୁ ଭୁଲିଯାଇଥିବା ଦେଖିବାକୁ ମିଳିଥିଲା । ଫାଣ୍ଡି ଛକରୁ ନୂଆ ବଜାର ଯାଏଁ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଏବେ ବି କୋରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଜାରି ରହିଥିବା ବେଳେ ବଜାରରେ ଏମିତି ଏକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 21, 2020, 5:48 PM IST

ABOUT THE AUTHOR

...view details