ବାଲେଶ୍ବର:ଆଧୁନିକ ଯୁଗରେ ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ମନୁଷ୍ୟ। ପ୍ରଥା ପରମ୍ପରା ନାଁରେ ସମାଜକୁ ଦେଉଛି କୁସଂସ୍କାରର ବାର୍ତ୍ତା । ଫଳରେ ସାପ କାମୁଡ଼ା ରୋଗୀଙ୍କୁ ମେଡିକାଲରେ ଚିକିତ୍ସା ପରିବର୍ତ୍ତେ ଚାଲିଛି ଝଡାଫୁଙ୍କା । ତାହା ପୁଣି ଜଣେ ଗୁଣିଆଙ୍କ ସହ ଭିଡିଓ କଲ ମାଧ୍ୟମରେ । ଏଭଳି ଘଟଣା ସାମ୍ନାକୁ ବାଲେଶ୍ବର ସୋର ବ୍ଲକ ତଳନଗର ଅଞ୍ଚଳରୁ ।
ମେଡିକାଲରେ ସାପ କାମୁଡ଼ା ରୋଗୀ, ଭିଡ଼ିଓ କଲରେ ଝଡାଫୁଙ୍କା କଲା ଗୁଣିଆ - Superstition
ଅନ୍ଧବଶ୍ବାସର ଅନ୍ଧ ଗଳିରେ ଆଜିବି ମନୁଷ୍ୟ । ସାପ କାମୁଡ଼ା ରୋଗୀଙ୍କୁ ଚିକିତ୍ସା ପରିବର୍ତ୍ତେ ଭିଡିଓ କଲ ମାଧ୍ୟମରେ ଚାଲିଛି ଝଡାଫୁଙ୍କା । ଅଧିକ ପଢନ୍ତୁ...
ଅନ୍ଧବିଶ୍ୱାସ: ଚିକିତ୍ସା ବଦଳରେ ସାପ କାମୁଡ଼ା ରୋଗୀଙ୍କୁ ଭିଡ଼ିଓ କଲରେ ଝଡାଫୁଙ୍କା
ଅନ୍ଧବିଶ୍ୱାସ: ଚିକିତ୍ସା ବଦଳରେ ସାପ କାମୁଡ଼ା ରୋଗୀଙ୍କୁ ଭିଡ଼ିଓ କଲରେ ଝଡାଫୁଙ୍କାଅନ୍ଧବିଶ୍ୱାସ: ଚିକିତ୍ସା ବଦଳରେ ସାପ କାମୁଡ଼ା ରୋଗୀଙ୍କୁ ଭିଡ଼ିଓ କଲରେ ଝଡାଫୁଙ୍କା
ଉକ୍ତ ଅଞ୍ଚଳର ଜୈନିକା ମହିଳାଙ୍କୁ ସାପ କାମୁଡିବା ପରେ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ତାଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ଜଣେ ଗୁଣିଆ ଭିଡିଓ କଲ ମାଧ୍ୟମରେ ତାଙ୍କୁ ଝଡାଫୁଙ୍କା କରିବା ଆରମ୍ଭ କରିଦେଇଥିଲେ । ତେବେ ସାପ କାମୁଡ଼ା ରୋଗୀଙ୍କୁ ତୁରନ୍ତ ମେଡିକାଲ ଚିକିତ୍ସା ନଯୋଗାଇ ଝଡାଫୁଙ୍କା କରିବା ଲୋକଙ୍କ ଅନ୍ଧବିଶ୍ବାସକୁ ପୁଣି ସାମ୍ମାକୁ ଆଣିଛି । ବାରମ୍ବାର ଅନ୍ଧବିଶ୍ବାସରୁ ଦୂରେଇବା ପାଇଁ ସଚେତନ କରାଉଥିଲେ ମଧ୍ୟ ପୁଣି ଏମିତି ଘଟଣା ଘଟିବା ଲୋକଙ୍କ ମଧ୍ୟରେ ସଚେତନତା ଅଭାବକୁ ହିଁ ଦର୍ଶାଉଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ