ଓଡିଶା

odisha

ETV Bharat / state

ସଂପୂର୍ଣ୍ଣ ସହର ସାନିଟାଇଜ ପାଇଁ ବାଲେଶ୍ବରରେ ଦାବି - ବାଲେଶ୍ବର ସହର ସାନିଟାଇଜ ଦାବି

ସଂପୂର୍ଣ୍ଣ ସହର ସାନିଟାଇଜ ପାଇଁ ବାଲେଶ୍ବରବାସୀ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

People Demands to sanitize the entire Balasore city
ସଂପୂର୍ଣ୍ଣ ସହର ସାନିଟାଇଜ ପାଇଁ ବାଲେଶ୍ବରବାସୀଙ୍କ ଦାବି

By

Published : Jul 28, 2020, 4:11 PM IST

ବାଲେଶ୍ଵର: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ନିଆଯାଉଛି ଅନେକ ପଦକ୍ଷେପ । ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୋକାନ ବଜାର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ସଂପୂର୍ଣ୍ଣ ସହର ସାନିଟାଇଜ ପାଇଁ ବାଲେଶ୍ବରବାସୀଙ୍କ ଦାବି

କୋଭିଡ ନିୟମ ଭାଙ୍ଗୁଥିବା ଅଞ୍ଚଳରେ ପ୍ରଶାସନ କଠୋର ହେବାସହ ଦୋକାନ ସିଲ କରୁଛି। ତେବେ ସହରରେ ସାନିଟାଇଜ ବ୍ୟବସ୍ଥାକୁ ଆହୁରି ଅଧିକ ତ୍ବରାନ୍ନିତ କରିବାକୁ ସହରବାସୀ ଦାବି କରିଛନ୍ତି।

ଏହାକୁ ନେଇ ବାଲେଶ୍ଵରର ବୁଦ୍ଧିଜୀବୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କୋରୋନାକୁ ନେଇ ସହରବାସୀ ଭୟଭୀତ ଥିବାରୁ ପୁରା ସହର ନିୟମିତ ଭାବେ ସାନିଟାଇଜ କରିବା ପାଇଁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details