ଓଡିଶା

odisha

ପିଲାଚୋର ସନ୍ଦେହରେ ବୃଦ୍ଧଙ୍କୁ ମାଡ, ପୋଲିସର ତଦନ୍ତ ଜାରି

ବସ୍ତା ଥାନା ବରୁଣ ଗଡ଼ିଆ ପଞ୍ଚାୟତ ଗୁଣ୍ଡରିମରା ଗ୍ରାମର ପରେଶ ନାୟକଙ୍କ 3ବର୍ଷର ଝିଅକୁ ବଙ୍ଗୀୟ ବ୍ୟକ୍ତି ଟେକି ନେଇଯାଉଥିବା ଲୋକମାନେ ଦେଖିବାକୁ ପାଇଥିଲେ।

By

Published : Mar 29, 2019, 6:29 AM IST

Published : Mar 29, 2019, 6:29 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ବାଲେଶ୍ୱର: ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଲୋକକୁ ଗ୍ରାମବାସୀ ପିଲାଚୋର ସନ୍ଦେହରେ ମାଡ଼ ମାରିଥିବା ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ଲୋକଙ୍କ ଅଭିଯୋଗ ଅନୁସାରେ, ବସ୍ତା ଥାନା ବରୁଣ ଗଡ଼ିଆ ପଞ୍ଚାୟତ ଗୁଣ୍ଡରିମରା ଗ୍ରାମର ପରେଶ ନାୟକଙ୍କ 3ବର୍ଷର ଝିଅକୁ ବଙ୍ଗୀୟ ବ୍ୟକ୍ତି ଟେକି ନେଇଯାଉଥିବା ଲୋକମାନେ ଦେଖିବାକୁ ପାଇଥିଲେ। ନାବାଳିକାର ମା ଏହା ଦେଖି ଚିତ୍କାର କରିବାରୁ ଗ୍ରାମବାସୀ ଏକଜୁଟ ହୋଇଥିଲେ। ଅଭିଯୁକ୍ତକୁ ଅଟକ ରଖି ନିର୍ଧୁମ ମାଡ଼ ମାରିବା ସହ ପୋଲିସରେ ଜିମା ଦେଇଥିଲେ। ଏହି ଘଟଣାରେ ପୋଲିସ ନାବାଳିକାଙ୍କୁ ନେଇଯାଉଥିବା ଲୋକକୁ ମାନସିକ ବିକାରଗ୍ରସ୍ତ ବୋଲି କହିଛି।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details