ବାଲେଶ୍ଵର: ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରେ ଡାକ୍ତରଙ୍କ ଅବହେଳା ଅଭିଯୋଗ । ଯାହାକୁ ନେଇ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରେ ଏଭଳି ଚରମ ଅଭିଯୋଗ ସାମ୍ନାକୁ ଆସିଛି ।
ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ୱାର୍ଡକୁ ଡାକ୍ତର ନଆସିବା ନେଇ ଅସନ୍ତୋଷ ବୃଦ୍ଧି ପାଇଥିଲା । 2ଦିନ ଧରି ଗର୍ଭବତୀଙ୍କୁ ଅସ୍ତ୍ରୋପଚାର କରିବା ପାଇଁ କହି ଭୋକ ଓପାସରେ ରଖିଥିବା ବେଳେ ଡାକ୍ତର ଆସୁ ନଥିବା ଅଭିଯୋଗ ହୋଇଥିଲା ।