ଓଡିଶା

odisha

ETV Bharat / state

ବାଲେଶ୍ବରରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ - ଡ୍ରାଇଭରଙ୍କ ଧର୍ମଘଟ

Quit Steering Protest : ବାଲେଶ୍ଵରର ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଛନ୍ତି ଡ୍ରାଇଭର । ଫଳରେ ବସଷ୍ଟାଣ୍ଡରୁ ବସ ନ ଚାଲିବା ଯୋଗୁଁ ଯାତ୍ରୀମାନେ ହଇରାଣ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

quit steering protest
ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ

By ETV Bharat Odisha Team

Published : Jan 8, 2024, 6:18 PM IST

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ

ବାଲେଶ୍ବର:ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ବାଲେଶ୍ଵର ବସଷ୍ଟାଣ୍ଡରୁ ବସ ନ ଚାଲିବା ଯୋଗୁଁ ଯାତ୍ରୀମାନେ ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା । ବହୁ ଦୂର ଦୁରାନ୍ତରୁ ଲୋକମାନେ ଗନ୍ତବ୍ୟସ୍ଥଳକୁ ଯିବାପାଇଁ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ମାତ୍ର ବସ କିମ୍ବା ଅଟୋରିକ୍ସା ନ ଚାଲିବା ଯୋଗୁଁ ହନ୍ତସନ୍ତ ହୋଇଥିଲେ ଯାତ୍ରୀ । ବସ ମାଲିକମାନେ ବସ ଚଳାଇବାକୁ କହୁଥିବାବେଳେ ଡ୍ରାଇଭରମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି । ବାଲେଶ୍ଵର ଆରଟିଓ ବସଷ୍ଟାଣ୍ଡରେ ପହଞ୍ଚି ମାଲିକ ଏବଂ ଡ୍ରାଇଭରମାନଙ୍କ ସହ ଆଲୋଚନା କରିଥିବାବେଳେ ଷ୍ଟିଅରିଂ ଧରିବେ ନାହିଁ ବୋଲି ଡ୍ରାଇଭରମାନେ ସିଧାସଳଖ ମନା କରିଥିଲେ । ଆପୋଷ ଆଲୋଚନା ପରେ ବସ ଚାଲିବ ବୋଲି ସୂଚନା ମିଳିଛି ।

ଏନେଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆନ୍ଦୋଳନକାରୀ ଡ୍ରାଇଭରଙ୍କ କହିଛନ୍ତି, "ଯେଉଁ ପରିମାଣରେ ଗାଡ଼ି ସଂଖ୍ୟା ବଢ଼ିଚାଲିଛି, ସେହି ଅନୁସାରେ ରାସ୍ତାଘାଟର ବିକାଶ ହୋଇନାହିଁ । ଯେଉଁଥିପାଇଁ ରାସ୍ତାରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । କେତେକ ସ୍ଥାନରେ ରାସ୍ତା ଓସାରିଆ ନଥିବାବେଳେ ଲେନ୍ ବ୍ୟବସ୍ଥା ମଧ୍ୟ ନାହିଁ। ଦୁଇ ଚକିଆ ଯାନ ସହିତ ତିନିଚକିଆ, ଚାରିଚକିଆ ଓ ଭାରିଯାନ ପାଇଁ ଅଲଗା ଲେନ ନଥିବାରୁ ଅଧିକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ବହୁ ପ୍ରକାର ବାଧା, ପ୍ରତିବନ୍ଧକ ଓ ସମସ୍ୟା ଦେଇ ଡ୍ରାଇଭରମାନେ ଗାଡ଼ି ଚଳାଉଥିବାବେଳେ କେହି ଡ୍ରାଇଭର କେବେବି ଜାଣିଶୁଣି ଦୁର୍ଘଟଣା ଘଟାଇନଥାନ୍ତି। ମାତ୍ର ଦୁର୍ଘଟଣା ରୋକିବା ନାଁରେ ମୋଟର ଡ୍ରାଇଭରମାନଙ୍କୁ ଜେଲ୍‌ରେ ଭର୍ତ୍ତି କରି ସେମାନଙ୍କ ପରିବାକୁ ନଷ୍ଟ କରିବାକୁ କେନ୍ଦ୍ର ସରକାର ଯେଉଁ କଳା ଆଇନ ପାସ କରିଛନ୍ତି ତାହାକୁ ବିରୋଧ କରାଯାଇଛି ।"

ଏଥିପାଇଁ ଏହି ଆଇନକୁ ବିରୋଧ କରାଯିବା ସହ କେନ୍ଦ୍ର ସରକାର ତୁରନ୍ତ ଏହି ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି । ସଡ଼କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ନୂଆ ନିୟମ କରିଛନ୍ତି । ଯେଉଁଥିରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରମାନଙ୍କୁ 7 ଲକ୍ଷ ଟଙ୍କା ଜରିମାନା ସାଙ୍ଗକୁ 10 ବର୍ଷ ଜେଲ ଦଣ୍ଡର ବିଧାନ ରହିଛି । ଯାହାକୁ ନେଇ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଥିଲେ । ଏହି ଆଇନ ପ୍ରତ୍ୟାହାର କରିବା ନେଇ ବାଲେଶ୍ଵର ଅଟୋରିକ୍ସା ସମନ୍ୱୟ ସମିତି ପକ୍ଷରୁ ଜୋରଦାର ବିରୋଧ କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହା ମଧ୍ୟ ପଢନ୍ତୁ...ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ପରିବହନ ବ୍ୟବସ୍ଥା ଠପ୍, ପ୍ରଭାବିତ ବଲାଙ୍ଗୀରବାସୀ


ସୂଚନା ଅନୁସାରେ, କେନ୍ଦ୍ରସରକାର 'ଭାରତୀୟ ନ୍ୟାୟ ସଂହିତା-୨୦୨୩' ନାମରେ ପୁରୁଣା ଆଇନକୁ ପରିବର୍ତ୍ତନ କରି ମୋଟର ଡ୍ରାଇଭରମାନଙ୍କ ପାଇଁ ନୂଆ ଆଇନ ପ୍ରଣୟନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଭାରତୀୟ ପେନାଲ କୋର୍ଡ଼ ୩୦୪(କ) ଅନୁସାରେ ମୋଟର ଦୁର୍ଘଟଣାରେ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ସଂପୃକ୍ତ ଡ୍ରାଇଭରଙ୍କୁ ୨ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା। ମାତ୍ର କେନ୍ଦ୍ର ସରକାର ଏହି ଆଇନକୁ ବଦଳାଇ, ଦୁର୍ଘଟଣା ହେଲେ ସମ୍ପୃକ୍ତ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଓ ୭ ଲକ୍ଷ ଟଙ୍କା ଜୋରିମାନା ଦେବା ନେଇ ନୂଆ ଆଇନ କରିଛନ୍ତି। ଯାହାକୁ ନେଇ ତେଜିଛି ବିରୋଧାଭାଷ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details