ବାଲେଶ୍ବର: ହସନପୁର ଆଶ୍ରମ ସ୍କୁଲରେ ପୁଣି ଅଭିଭାବକଙ୍କ ଧାରଣା । ହେଲେ ଏଥର ପ୍ରଧାନଶିକ୍ଷକଙ୍କ ବିରୋଧରେ ନୁହେଁ ବରଂ ତାଙ୍କ ସପକ୍ଷରେ ଅଭିଭାବକମାନେ ଧାରଣା ଦେଇଛନ୍ତି । ଗତ 2 ତାରିଖ ସ୍କୁଲର ପ୍ରଧାନ ଶିକ୍ଷକ ଆଶ୍ରମର ସୁପରିଟେଣ୍ଡେଣ୍ଟଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା ।
ହସନପୁର ଆଶ୍ରମ ସ୍କୁଲରେ ପୁଣି ଅଭିଭାବକଙ୍କ ଧାରଣା - school strike in balasore
ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ହସନପୁର ଆଶ୍ରମ ସ୍କୁଲରେ ଅଭିଭାବକମାନେ ପୁଣି ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଏଥର ପ୍ରଧାନଶିକ୍ଷକଙ୍କ ବିରୋଧରେ ନୁହେଁ ବରଂ ତାଙ୍କ ସପକ୍ଷରେ ଧାରଣା ଦେଇଥିବା ଜଣାପଡିଛି ।
ହସନପୁର ଆଶ୍ରମ ସ୍କୁଲରେ ପୁଣି ଅଭିଭାବକଙ୍କ ଧାରଣା
ଏହାକୁ ନେଇ ସ୍କୁଲ ପିଲା ଓ ଅଭିଭାବକମାନେ ସେମାନଙ୍କୁ ସ୍କୁଲ ବାହାରକୁ ଘୋଷାରି ଆଣି ମାଡ଼ ମାରିବା ସହ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।ହେଲେ ସେମାନଙ୍କୁ ପୁନଃ ଅବସ୍ଥାପିତ ପାଇଁ ଅଭିଭାବକମାନେ ସ୍କୁଲ ଆଗରେ ଧାରଣା ଦେଇଛନ୍ତି ।
ହସନପୁର ଆଶ୍ରମ ସ୍କୁଲରେ ପୁଣି ଅଭିଭାବକଙ୍କ ଧାରଣା
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ