ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ପାରା ମେଡିକାଲ ଷ୍ଟାଫ ସଂଘ - balasore news

ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ପାରା ମେଡିକାଲ ଷ୍ଟାଫଙ୍କୁ ଉପେକ୍ଷିତ କରିଛନ୍ତି । ସେମାନଙ୍କୁ ସ୍ଥାୟୀ ଭାବେ ରୋଜଗାରକ୍ଷମ କରାଇବା ବଦଳରେ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଛନ୍ତି । ଏମିତି କିଛି ଅଭିଯୋଗ ନେଇ ବାଲେଶ୍ୱରରେ ପାରା ମେଡିକାଲ ଷ୍ଟାଫ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ପାରା ମେଡିକାଲ ଷ୍ଟାଫ ସଂଘ
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ପାରା ମେଡିକାଲ ଷ୍ଟାଫ ସଂଘ

By

Published : Oct 23, 2020, 6:35 PM IST

ବାଲେଶ୍ବର: ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ପାରା ମେଡିକାଲ ଷ୍ଟାଫଙ୍କୁ ଉପେକ୍ଷିତ କରିଛନ୍ତି । ସେମାନଙ୍କୁ ସ୍ଥାୟୀ ଭାବେ ରୋଜଗାରକ୍ଷମ କରାଇବା ବଦଳରେ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଛନ୍ତି । ନିଯୁକ୍ତି ପାଇଁ ବାରମ୍ବାର ଦାବି ସତ୍ତ୍ବେ ସରକାର କିମ୍ବା ତାଙ୍କ ମନ୍ତ୍ରୀ କୌଣସି କଥାକୁ ଭ୍ରୁକ୍ଷେପ କରି ନାହାନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏମିତି କିଛି ଅଭିଯୋଗ ଆଣିଛି ବାଲେଶ୍ୱର ପାରା ମେଡିକାଲ ଷ୍ଟାଫ ସଂଘ ।

ବାରମ୍ବାର ସରକାରଙ୍କୁ ଦୁଃଖ କହିବା ପରେ ମଧ୍ୟ ସରକାର କିଛି ଶୁଣୁ ନାହାନ୍ତି ବରଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାକୁ ତାତ୍ସଲ୍ୟ କରିଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । କୋରୋନା ସମୟରେ ପାରା ମେଡିକାଲ ଷ୍ଟାଫ ଅନେକ କାର୍ଯ୍ୟ କରିଛନ୍ତି, ତେଣୁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି ହୋଇଛି।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ପାରା ମେଡିକାଲ ଷ୍ଟାଫ ସଂଘ

ଏ ସମସ୍ତ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ପାରା ମେଡିକାଲ ଷ୍ଟାଫମାନେ ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନରେ ଘର ଘର ବୁଲି ବିଜେଡି ସରକାର ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details