ବାଲେଶ୍ଵର: ପଞ୍ଚାୟତ ଅନିୟମିତତା ଅଭିଯୋଗରେ ଗ୍ରାମବାସୀଙ୍କ ଧାରଣା । ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତର ବିଭିନ୍ନ ଅନିୟମିତତା ଅଭିଯୋଗରେ ଗ୍ରାମବାସୀ ଆମରଣ ଅନଶନ କରିଥିବା ଦେଖିବାକୁ ମିଳିଛି।
ପଞ୍ଚାୟତରେ ରାସନ କାର୍ଡ, ଭତ୍ତା, ବିଦ୍ୟୁତ ଯୋଗାଣ , ହରିଶ୍ଚନ୍ଦ୍ର ଯୋଜନା ଭଳି ବିଭିନ୍ନ ଯୋଜନାରେ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀଙ୍କ ଆମରଣ ଅନଶନ ପରେ ଉପଜିଲ୍ଲାପାଳ ଘଟଣାର ହସ୍ତକ୍ଷେପ କରିଛନ୍ତି ।