ବାଲେଶ୍ବର:ଜିଲ୍ଲା ଆଇଟିଆଇ ପଡ଼ିଆରେ ବୁଧବାର ଠାରୁ ଆରମ୍ଭ ହୋଇଛି ପଲିଶ୍ରୀ ମେଳା । ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ପୁଣିଥରେ ଲୋକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇଛି ଏହି ମେଳା । ପ୍ରଥମ ଦିନରେ ଶିଳ୍ପ ଓ ଏମ୍ଏସ୍ଏମ୍ଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ, ସଦର ବିଧାୟକ ସ୍ବରୂପ ଦାସ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ପ୍ରମୁଖ ମେଳାର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।
ମେଳାରେ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀମାନଙ୍କୁ ବିଶେଷ ଭାବେ ଗୁରୁତ୍ବ ଦିଆଯାଇଛି । ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ହାତ ତିଆରି ସାମଗ୍ରୀର ପସରା ମେଳିଛି । ଖାଦ୍ୟ ଠାରୁ ଆରମ୍ଭ କରି ଡିଆରଡିଓ ଦ୍ବାରା ବିକଶିତ ବିଭିନ୍ନ ମିସାଇଲ ଓ ଟ୍ୟାଙ୍କ ମଧ୍ୟ ପ୍ରଦର୍ଶିତ ହୋଇଛି । ୨ ବର୍ଷର ବ୍ୟବଧାନ ପରେ ଏମିତି ମେଳା ହେଉଥିବାରୁ ପ୍ରଥମ ଦିନରେ ହିଁ ଲୋକମାନଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା ।