ଓଡିଶା

odisha

ETV Bharat / state

ବିଚାରଧୀନ କଏଦୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବାଲେଶ୍ବର ନୀଳଗିରି ଥାନାରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତ୍ୟୁର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ।

By

Published : Jul 10, 2019, 1:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ନୀଳଗିରି ଥାନାରେ । ତେବେ ଜେଲ ଭିତରେ ତାଙ୍କର ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ଯାତନା ନା ମୃତ୍ୟୁର ଅନ୍ୟ କିଛି କାରଣ ରହିଛି, ତାହା ତଦନ୍ତ ପରେ ଜଣାପଡିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନୀଳଗିରି ଥାନା ସଜନାଗଡ଼ ଅଞ୍ଚଳ ନୂଆସାହି ଗାଁର ପାଗୁଲ ଖେଣ୍ଡେଇ ନାମକ ବ୍ୟକ୍ତି ମଦ କାରବାର ଅଭିଯୋଗରେ ଜେଲରେ ଥିଲେ । ଗତ 8 ତାରିଖରେ ତାଙ୍କୁ ଗିରଫ କରାଯାଇ ବିଚାରଧୀନ କଏଦୀ ଭାବେ ଜେଲରେ ରଖାଯାଇଥିଲା । ଆଜି ସକାଳେ ପାଗୁଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।


ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details