ବାଲେଶ୍ବର:ଜଳେଶ୍ବର ବ୍ଲକରେ ଦନ୍ତା ଆକ୍ରମଣରେ ଜଣଙ୍କ ମୃତ୍ୟୁ । ଭୋର ସମୟରେ ଶିଖରପୁର ଅଞ୍ଚଳର ଫାଗୁ ହାଁସଦା ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଜଳେଶ୍ବର ବ୍ଲକର ଶିଖରପୁର ଓ ବରଡ଼ିହା ପଞ୍ଚାୟତରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି।
ଗାଁ ମୁହାଁ ଦନ୍ତା, ଜଣଙ୍କୁ ମାରିଲେ ନଷ୍ଟ କଲେ ଧାନ ଚାଉଳ - ହାତୀ ଉପଦ୍ରବ ଜଳେଶ୍ବର
ଜଳେଶ୍ବର ବ୍ଲକରେ ଦନ୍ତା ଆକ୍ରମଣରେ ଜଣଙ୍କ ମୃତ୍ୟୁ । ଭୋର ସମୟରେ ଶିଖରପୁର ଅଞ୍ଚଳର ଫାଗୁ ହାଁସଦା ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ
ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ
ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ
ଏହି ଦୁଇଟି ପଞ୍ଚାୟତରେ 3ଟି ଦନ୍ତା ହାତୀ ପଶି ଆସି ଲୋକଙ୍କ ଘରେ ଥିବା ଧାନ, ଚାଉଳ ନଷ୍ଟ କରିବା ସହ ଉପଦ୍ରଵ ଆରମ୍ଭ କରିଥିଲେ। ଫଳରେ ଫସଲ ନଷ୍ଟ ହେବା ସହ ଲୋକେ ଭୟଭୀତ ହୋଇ ରହିଛନ୍ତି । ହାତୀଙ୍କୁ ଘଉଡାଇବା କାର୍ଯ୍ୟରେ ବନ କର୍ମଚାରୀ ଲାଗିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ