ଓଡିଶା

odisha

ETV Bharat / state

ସ୍କୁଲ ଜାଗାକୁ ନେଇ ଗୋଷ୍ଠୀ ସଂର୍ଘଷ: ଜଣେ ମୃତ, 7 ଆହତ - ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ

ସ୍କୁଲ ଜାଗାରେ ବ୍ୟକ୍ତିଗତ ଗୃହ ନିର୍ମାଣ କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ । ଘଟଣାରେ ଜଣଙ୍କର ମୃତ୍ୟୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Oct 14, 2019, 2:27 PM IST

ବାଲେଶ୍ବର: ବାଲିଆପାଳ ଥାନା କଟ୍ରାମହଲ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 7ଜଣଙ୍କର ଆହତ ହୋଇଛନ୍ତି । ମୃତକ ହେଲେ ଉକ୍ତ ଗାଁର ରାମଚନ୍ଦ୍ର ଗିରି । ସରକାରୀ ସ୍କୁଲ ପରିସରରେ ବ୍ୟକ୍ତିଗତ ଗୃହ ନିର୍ମାଣକୁ ନେଇ ଦେଖାଦେଇଥିଲା ଗୋଷ୍ଠୀ ସଂଘର୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର ଭାନୁ ଚରଣ ଦଳେଇ ନାମକ ଜୋରଜବରଦସ୍ତ କରି ସ୍କୁଲ ପରିସରରେ ଗୃହ ନିର୍ମାଣ କରୁଥିଲେ । ଯାହାକୁ ନେଇ ଗ୍ରାମବାସୀ ଏକଜୁଟ ହେବା ସହ ପ୍ରତିବାଦ କରିଥିଲେ । କିନ୍ତୁ ସେପଟେ, ପୂର୍ବରୁ ପ୍ରସ୍ତୁତ ଥିବା ଭାନୁ ଦଳେଇଙ୍କ ପରିବାର ଲୋକେ ଗ୍ରାମବାସୀଙ୍କ ଉପରକୁ ଲଙ୍କା ପାଣି ଫିଙ୍ଗିବା ସହ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ତେବେ, ସମସ୍ତ ଆହତଙ୍କୁ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details