ବାଲେଶ୍ବର: ଜିଲ୍ଲାର ଖନ୍ତାପଡା ଅଞ୍ଚଳରେ ଜଣେ ଯୁବକଙ୍କୁ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଓ ସେ ରାଜି ନହେବାରୁ ମାଡ଼ ମାରିବା ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି।
ଅପ୍ରାକୃତିକ ଯୌନ ସମ୍ପର୍କ ଅଭିଯୋଗ, ଜଣେ ଅଟକ ଇଛାପୁର ଗ୍ରାମର ସୁବାଷ ମଳିକଙ୍କ ପୁଅ ପ୍ରଭାକର ମଳିକଙ୍କୁ ସେହି ଗ୍ରାମର ଉଦୟ ମଳିକ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ସେ ମନା କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଉଦୟ।
ତେବେ ପ୍ରଭାକର ମଳିକ ସକାଳେ ବିଲକୁ ଗୋରୁ ଆଣିବାକୁ ଯାଇଥିବାବେଳେ ଉଦୟ ମଳିକ ନିଶାଗ୍ରସ୍ତ ଅବସ୍ଥାରେ ପ୍ରଭାକରଙ୍କୁ ଉଲଗ୍ନ କରିଦେଇଥିଲେ। ପ୍ରଭାକର ଚିତ୍କାର କରିବାରୁ ତାଙ୍କୁ ଏକ ପଥରେ ମାରିଥିଲେ। ପ୍ରଭାକର ବେହୋସ୍ ହୋଇ ବିଲରେ ପଡିଥିବା ବେଳେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ। ଅଭିଯୋଗ ପାଇ ପୋଲିସ ଅଭିଯୁକ୍ତ ଉଦୟଙ୍କୁ ଅଟକ ରଖିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ