ବାଲେଶ୍ବର: ଡମ୍ଫର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ପ୍ରତିବାଦରେ ଧାନସିମୁଳିଆ ନିକଟରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।
ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ପରେ ରାସ୍ତାରେ ଜଳିଲା ଟାୟାର - people road block in dhanasimulia
ଡମ୍ପର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଯାହାକୁ ନେଇ ରାସ୍ତାରୋକ କରାଯାଇଛି ।
ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧିନସ୍ଥ ଧାନସିମୁଳିଆର ଅଜୟ ଭୂୟାଁ ନାମକ ବ୍ୟକ୍ତି ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ବାଲି ବୋଝେଇ ଡମ୍ପର ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଅଜୟଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଉତ୍ୟକ୍ତ ଲୋକେ ଟାୟାର ଜାଳି ଧାନସିମୁଳିଆ ନିକଟରେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଅନ୍ୟପଟେ ପୋଲିସ ଡମ୍ପର ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ