ଓଡିଶା

odisha

ETV Bharat / state

ଶୁଦ୍ଧିକ୍ରିୟା ଭୋଜି ଖାଇ ଜଣେ ମୃତ, 15ରୁ ଊର୍ଦ୍ଧ୍ବ ଅସୁସ୍ଥ

ଶୁଦ୍ଧିକ୍ରିୟା ଭୋଜି ଖାଇ ଜଣେ ମୃତ, 15ରୁ ଊର୍ଦ୍ଧ୍ବ ଅସୁସ୍ଥ । ସମସ୍ତ ଗୁରୁତରଙ୍କ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

By

Published : Aug 4, 2019, 2:03 PM IST

Updated : Aug 4, 2019, 4:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଔପଦା ଅଞ୍ଚଳରେ ଶୁଦ୍ଧିକ୍ରିୟା ଭୋଜି ଖାଇ ଜଣେ ମୃତ ଓ 15 ଜଣ ଅସୁସ୍ଥ । ତେବେ ସମସ୍ତ ଗୁରୁତର ଚିକିତ୍ସାଧିନ ଥିବାବେଳେ କଟିଆ ସିଂଙ୍କ ମୃତ୍ୟୁ ହୋଇଛି । ଏହା ସହ ସାଗର ନାମକ ଜଣେ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଗୁରୁତରଙ୍କୁ ଖନ୍ତାପଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ପରେ 10 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେପଟେ ଈଶ୍ବରପୁରରୁ ମେଡିକାଲ ଗୋଷ୍ଠୀର 3 ଜଣ ଆସି ଘଟଣାର ତଦନ୍ତ ଲାଗି ଗାଁରେ ଆସି ପହଞ୍ଚିଛନ୍ତି ।

ଔପଦ ବ୍ଲକ ଦକ୍ଷିଣନରସିଂହପୁର ପଞ୍ଚାୟତ ବାଇଗଡିଆ ଗାଁର ଦେବେନ୍ଦ୍ରି ସିଂଙ୍କ ବାପା ଘର ଶୁଦ୍ଧିକ୍ରିୟା ଭୋଜି ଦିଆଯାଇଥିଲା । ଯେଉଁଥିରେ ଭୋଜି ଖାଇବାକୁ ଆସି 15 ଜଣଙ୍କ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 4, 2019, 4:21 PM IST

ABOUT THE AUTHOR

...view details