ବାଲେଶ୍ବର: ଜିଲ୍ଲାରେ ଥମୁନି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରଶାସନ ପକ୍ଷରୁ 'ପରୀ ରଥ' ମାଧ୍ୟମରେ ସଚେତନା ଆରମ୍ଭ ହୋଇଛି । ହେଲେ ପ୍ରତିଦିନ କେଉଁଠୁ ନା କେଉଁଠୁ ଆସୁଛି ଦୁଷ୍କର୍ମ ଅଭିଯୋଗ । ଗତକାଲି (ମଙ୍ଗଳବାର) ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଜଣେ ଟ୍ୟୁସନ ଶିକ୍ଷକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ଜାଗର ଦିନ ଆଉ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ତେବେ ଏହି ସଂଗୀନ ଅଭିଯୋଗ ଆସିବା ପରେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସୂଚନାନୁଯାୟୀ, ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ତେଣ୍ଟେଇ ଗ୍ରାମର ଜଣେ 9 ବର୍ଷର ବାଳିକା ଜାଗର ଯାତ୍ରା ଦେଖିବା ପାଇଁ ମନ୍ଦିର ଯାଇଥିଲା । ସେଠାରେ ପୀଡିତା ନାବାଳିକାଙ୍କୁ ଚକୋଲେଟ ଦେଇ ବିଲକୁ ଅଭିଯୁକ୍ତ ଡାକି ନେଇଥିଲା । ସେଠାରେ ଦୁଷ୍କର୍ମ କରି ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଛାଡି ଚାଲି ଯାଇଥିଲା ବୋଲି ଅଭିଯୋଗ ହୋଇଛି। ପରେ ପରିବାର ଲୋକେ ଖୋଜାଖୋଜି କରିବା ପରେ ବିଲରୁ ଝିଅକୁ ଉଦ୍ଧାର କରିଥିଲେ ।