ଓଡିଶା

odisha

ETV Bharat / state

ବସ୍ତା ବିଧାୟକଙ୍କୁ ହତ୍ୟା ଧମକ ଘଟଣାରେ ଜଣେ ଗିରଫ, ସ୍ପଷ୍ଟ କଲେ ଏସପି

ବସ୍ତା ବିଧାୟକଙ୍କୁ ଫୋନ କଲରେ ହତ୍ୟା ଧମକ ମିଳିବା ଘଟଣା । ଯାଜପୁରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଫୋନ ନମ୍ବର ଟ୍ରାକ କରି ଅଭିଯୁକ୍ତ ସେକ ମୁଜାମିଲ ନିକଟରେ ପହଞ୍ଚିଲା ପୋଲିସ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ର । ଅଧିକ ପଢ଼ନ୍ତୁ

By

Published : Sep 14, 2022, 9:26 PM IST

ବସ୍ତା ବିଧାୟକଙ୍କୁ ହତ୍ୟା ଧମକ ଘଟଣାରେ ଜଣେ ଗିରଫ, ସ୍ପଷ୍ଟ କଲେ ଏସପି
ବସ୍ତା ବିଧାୟକଙ୍କୁ ହତ୍ୟା ଧମକ ଘଟଣାରେ ଜଣେ ଗିରଫ, ସ୍ପଷ୍ଟ କଲେ ଏସପି

ବାଲେଶ୍ଵର: ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଫୋନରେ ହତ୍ୟା ଧମକ ମିଳିବା ଘଟଣା । ଏନେଇ ବିଧାୟକ ଥାନାର ଦ୍ବାରସ୍ଥ ହେବା ପରେ ଘଟଣା ବାବଦରେ ବାଲେଶ୍ଵର ଏସପିଙ୍କୁ ମଧ୍ୟ ଜଣାଇଥିଲେ । ତେବେ ଉକ୍ତ ଘଟଣାରେ ପୋଲିସ ଯାଜପୁରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛି ଯାଜପୁରର ସେକ ମୁଜାମିଲ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ର ।

ବସ୍ତା ବିଧାୟକଙ୍କୁ ହତ୍ୟା ଧମକ ଘଟଣାରେ ଜଣେ ଗିରଫ, ସ୍ପଷ୍ଟ କଲେ ଏସପି

ସୂଚନା ମୁତାବକ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ମୋବାଇଲକୁ ଏକ ଫୋନ୍ ନମ୍ବର (୮୦୯୩୮୯୯୦୮୮) ରୁ କଲ ଆସିଥିଲା । ବାରମ୍ବାର ଅଜଣା ନମ୍ବରରୁ କଲ ଆସିବାରୁ ଫୋନ୍ ଉଠାଇଥିଲେ ବିଧାୟକ । ଜରୁରୀ କଥା ଅଛି ବୋଲି କହିଥିଲା ଅଭିଯୁକ୍ତ । ବିଧାୟକ ନିତ୍ୟାନନ୍ଦ ସାହୁ ଫୋନ ଧରି କ’ଣ ହୋଇଛି ବୋଲି ପଚାରିଥିଲେ । ଏହାପରେ ନାନାଦି ଧମକ ଦେବା ସହ ଟଙ୍କା ଦେବାକୁ କହିଥିଲା ଅଭିଯୁକ୍ତ । ଏ ସଂକ୍ରାନ୍ତରେ ବିଧାୟକ ଏସପି ସୁଧାଂଶୁ ମିଶ୍ରଙ୍କୁ ସୂଚନା ଦେଇଥିଲେ । ଏସପି ଏନେଇ ଉକ୍ତ ଫୋନ ନମ୍ବରକୁ ଟ୍ରାକ କରି ଯାଜପୁରର ସେକ ମୁଜାମିଲକୁ ଅଟକ ରଖି ପଚାରା ଉଚରା ଚଳାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ, ଜଣେ ଅଟକ

ଅଭିଯୁକ୍ତ ସେକ ମୁଜାମିଲ ଇଣ୍ଟରନେଟରୁ ବିଧାୟକଙ୍କ ଫୋଟୋ ଓ ମୋବାଇଲ ନମ୍ବର ସଂଗ୍ରହ କରି ଏଭଳି ଠକେଇ କାର୍ଯ୍ୟ କରିବାକୁ ଯୋଜନା କରିଥିଲା । ଏମିତିକି ଅଭିଯୁକ୍ତ ଜଣକ ଅନେକ ବିଧାୟକଙ୍କୁ ଏଭଳି ଯୋଜନାବଦ୍ଧ ଭାବେ ଠକେଇ ପାଇଁ ପ୍ଲାନ କରିଥିଲା । ମିଛରେ ବିଧାୟକମାନଙ୍କୁ ଫୋନ କରି ସମ୍ପୃକ୍ତ ବିଧାୟକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହେଉଥିବା ନେଇ କଲ କରୁଥିଲା । ପ୍ରତିବଦଳରେ ଷଡ଼ଯନ୍ତ୍ରକାରୀଙ୍କୁ ବିଧାୟକଙ୍କ ନିକଟରେ ପହଞ୍ଚାଇବା ପାଇଁ ଟଙ୍କା ମାଗୁଥିଲା । ତେବେ ଗତକାଲି ବସ୍ତା ବିଧାୟକଙ୍କୁ ସୁପାରୀ କିଲର ସମେତ ୩ ଜଣ କାରରେ ଆସି ହତ୍ୟା କରିବେ ବୋଲି ଫୋନ ନଂ ୮୦୯୩୮୯୯୦୮୮ ରେ ଅଭିଯୁକ୍ତ ଜଣକ କଲ କରିବା ପରେ ବିଧାୟକ ଘଟଣା ସମ୍ପର୍କରେ ବାଲେଶ୍ଵର ଏସପିଙ୍କୁ ଅବଗତ କରାଇଥିଲେ । ପରେ ବାଲେଶ୍ଵର ଏସପି ନମ୍ବରକୁ ଟ୍ରାକ କରି ଅଭିଯୁକ୍ତ ସେକ ମୁଜାମିଲକୁ ଯାଜପୁରରୁ ଗିରଫ କରିବାରେ ସମର୍ଥ ହୋଇଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details