ବାଲେଶ୍ଵର: ଡ୍ୟୁଟି ସମୟରେ ବିଦ୍ୟୁତ କର୍ମଚାରୀଙ୍କ ତାସ ଖେଳ । ବାଲେଶ୍ଵର ନେସ୍କୋ ସର୍କଲ ଅଧିନ ଅଡା ସେକ୍ସନ କାର୍ଯ୍ୟାଳୟରେ ବିଦ୍ୟୁତ କର୍ମଚାରୀଙ୍କ ତାସ ଖେଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ଖାଲି ସେତିକି ନୁହେଁ, କର୍ମଚାରୀମାନଙ୍କ ସହ ଦାୟିତ୍ବରେ ଥିବା ଜେଇ ମଧ୍ୟ ତାସ ଖେଳରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଛି।
ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖାଯାଇଛି ଯେ, ଜୁନିଅର ଇଞ୍ଜିନିୟର ଜଣକ ଡିୟୁଟି ସମୟରେ ଥାଇ ଅନ୍ୟ କର୍ମଚାରୀଙ୍କ ସହ ମିଶି ତାସ ଖେଳୁଛନ୍ତି । ଆଉ ସବୁଠୁ ବଡ କଥା ହେଲା ସମସ୍ତେ ଡ୍ରେସକୋଡ଼ରେ ମଧ୍ୟ ଅଛନ୍ତି।