ଓଡିଶା

odisha

ETV Bharat / state

କୋଭିଡ ମୁକାବିଲାରେ ଓଡିଶା ଅଦ୍ଵିତୀୟ କହିଲେ ପ୍ରତାପ ଜେନା - ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

ଓଡିଶାକୁ ଅନୁଦାନ ସ୍ବରୂପ 22 ହଜାର କୋଟି ଟଙ୍କା ଦେବା କଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୟାନ ଦେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।

Pratap Jena
କୋଭିଡ ମୁକାବିଲାରେ ଓଡିଶା ଅଦ୍ଵିତୀୟ

By

Published : Oct 16, 2020, 7:42 PM IST

ବାଲେଶ୍ବର: କୋଭିଡ ପରିଚାଳନା ନେଇ ରାଜ୍ୟକୁ କେନ୍ଦ୍ରର ଭୂମିକା ଓ ଓଡିଶାକୁ ଅନୁଦାନ ସ୍ବରୂପ 22 ହଜାର କୋଟି ଟଙ୍କା ଦେବା କଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୟାନ ଦେବାପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।

ମନ୍ତ୍ରୀ କହିଛନ୍ତି ଯେ, କୋଭିଡ ପରିଚାଳନାରେ ଓଡିଶା ଅଦ୍ଵିତୀୟ ରାଜ୍ୟ। ଯେଉଁଠି ସୁବ୍ୟବସ୍ଥିତ ଭାବେ ସମସ୍ତ ପରିଚାଳନା କରାଯାଇଛି। ପୁରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରାଯାଇଛି।

କୋଭିଡ ମୁକାବିଲାରେ ଓଡିଶା ଅଦ୍ଵିତୀୟ

ଏହାସହ ଅନ୍ୟ ରାଜ୍ୟ ତୁଳନାରେ କୋରୋନା ସଂକ୍ରମଣ ଓ ମୃତ୍ୟୁହାର ଓଡ଼ିଶାରେ କମ ରହିଛି। କେନ୍ଦ୍ର ଓ ରାଜ୍ୟ ଭିତରେ ଏକ ସଂଘୀୟ ବ୍ୟବସ୍ଥା ଭିତରେ ସହଯୋଗ ରହିବା କଥା, ମାତ୍ର କେନ୍ଦ୍ର ରାଜ୍ୟ ଉପରେ ଦୋଷ ଲଦିବା ଠିକ ନୁହେଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details