ଓଡିଶା

odisha

By

Published : Sep 19, 2022, 1:04 PM IST

ETV Bharat / state

ଭୋଟର ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ବାଲେଶ୍ବରରେ ଭୋଟର ସଚେତନତା ରଥର ଶୁଭାରମ୍ଭ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ସହର ସହ ବିଭିନ୍ନ ବସ୍ତି ଅଞ୍ଚଳ, ଗ୍ରାମାଞ୍ଚଳ ବୁଲିବ ଏହି ସଚେତନତା ରଥ । ଅଧିକ ପଢନ୍ତୁ

ବାଲେଶ୍ବରରେ ଭୋଟର ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ବାଲେଶ୍ବରରେ ଭୋଟର ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ବାଲେଶ୍ବର: ସହରରେ ଗଡିଲା ଭୋଟର ସଚେତନତା ରଥ । ସୋମବାର ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି(Odisha Ceo Sushil Kumar Lohani) । ବାଲେଶ୍ବର ସର୍କିଟ ହାଉସ ପରିସରରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହି ରଥ ଜିଲ୍ଲାରେ ବୁଲିବ ଏବଂ ଭୋଟରମାନଙ୍କୁ ଭୋଟର ତାଲିକାରେ କିଭଳି ନାମ ପଞ୍ଜିକରଣ ଓ ସଂଶୋଧନ କରିବେ ସେ ସମ୍ବନ୍ଧରେ ସଚେତନ କରିବ l

ବାଲେଶ୍ବରରେ ଭୋଟର ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଏହା ମଧ୍ୟ ପଢନ୍ତୁ: ଏଣିକି ୧୭ ବର୍ଷ ବୟସରୁ ଭୋଟର ଆଇଡି କାର୍ଡ ପାଇଁ କରିପାରିବେ ଆବେଦନ

ଭୋଟର ସଚେତନତା ରଥକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ନିର୍ବାଚନ ଅଧିକାରୀଙ୍କ ସହ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ରଥ ବାଲେଶ୍ବର ସହର ସମେତ ବିଭିନ୍ନ ବସ୍ତି ଅଞ୍ଚଳ, ଗ୍ରାମାଞ୍ଚଳ ଆଦି ବୁଲିବା ସହ ଲୋକଙ୍କୁ ସଚେତନ କରାଇବ । ଭୋଟର ତାଲିକାରେ ନାଁ ନଥିବା ୧୮ ବର୍ଷରୁ ଅଧିକ ଯୁବକ ଯୁବତୀମାନଙ୍କୁ ଏନେଇ ସଚେତନ କରାଯିବ ।

କେଉଁଠି ଓ କେମିତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ହେବ ସେନେଇ ସ୍ଥାନୀୟ ବୁଥ ଲେବୁଲ ଅଫିସର ସେମାନଙ୍କୁ ସହଯୋଗ କରିବେ । ଏହାସହ ବିଶେଷ କରି ଆଧାର କାର୍ଡ ଓ ଭୋଟର କାର୍ଡ ସଂଯୋଗୀକରଣ ଉପରେ ଗୁରୁତ୍ବ ଦିଆଯାଇଛି । ଏହା ଦ୍ବାରା ଲୋକଙ୍କ ନାଁ, ଠିକଣା କିମ୍ବା ଅନ୍ୟ କିଛି ଭୁଲ ସଂଶୋଧନ କରାଯାଇ ପାରିବ । ଏହି ରଥ ବାଲେଶ୍ଵରରେ ଏକ ସପ୍ତାହ ପର୍ଯ୍ୟନ୍ତ ବୁଲିବାକୁ ଥିବାବେଳେ ୩ ମାସ ଯାଏଁ ଏଭଳି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି ।

ଏନେଇ ସୁଶୀଲ କୁମାର ଲୋହାନି କହିଛନ୍ତି ଯେ, "ଭୋଟର କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଆଧାର ସହ ଲିଙ୍କ୍‌ କରିବା ଦ୍ବାରା ତ୍ରୁଟିକୁ ହଟାଯାଇପାରିବ । ସେଥିପାଇଁ ସବୁ ଜିଲ୍ଲାରେ ଏହି ରଥ କାର୍ଯ୍ୟକାରୀ ହେଉଛି । ଆମେ ଭୋଟରମାନଙ୍କୁ ଟିଭି ଏବଂ ଖବରକାଗଜ ମାଧ୍ୟମରେ ଅନୁରୋଧ କରିଛୁ ଯେ ସେମାନେ ନିଜେ ମଧ୍ୟ ଭୋଟର ହେଲ୍ପଲାଇନ ଆପ ମାଧ୍ୟମରେ ନିଜ ମୋବାଇଲରେ ସଂଯୋଗ କରିପାରିବେ । ଏହି ରଥ ସହର ସହ ବିଭିନ୍ନ ବସ୍ତି, ହାଟକୁ ଯାଇ କିଛି ସମୟ ରହି ସଚେତନ ସୃଷ୍ଟି କରିବ । ଏଥିପାଇଁ ବିଏଲଓମାନେ(Booth Level Officer) ସହଯୋଗ କରିବେ ।"

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details