ବାଲେଶ୍ଵର: ଔପଦା ଅଞ୍ଚଳର ଛାତ୍ରୀ ସୋନାଲି ମଲ୍ଲିକ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ(ICAR) ଭାରତର ତୃତୀୟ ଓ ଓଡିଶାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୋନାଲି ୨୦୧୪ ମସିହାରେ ଓଡିଶା କୃଷି ଏବଂ ବୈଷୟିକ ବିଶ୍ବବିଦ୍ୟାଳୟରେ କୃଷି ଅର୍ଥନୀତି ଓ ରୋଗ ପୋକ ନିୟନ୍ତ୍ରଣ ବିଭାଗରେ ଅଧୟନ କରି ଭଲ ପ୍ରଦର୍ଶନ କରିବା ପରେ ଓଡିଶା ସରକାରଙ୍କ ତରଫରୁ ସମ୍ମାନିତ ହୋଇଥିଲେ।
ICAR ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କଲେ ଓଡିଆ ଝିଅ - ସୋନାଲି ମଲ୍ଲିକ
ସୋନାଲି ମଲ୍ଲିକ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ(ICAR) ଭାରତର ତୃତୀୟ ଓ ଓଡିଶାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅଧିକ ପଢନ୍ତୁ...
ସୋନାଲି ମଲ୍ଲିକ
ନିଜ ଅଞ୍ଚଳରେ କୃଷକଙ୍କ ପାଇଁ ସେ ଏକ ଗବେଷଣା ଆରମ୍ଭ କରିଥିଲେ। ଜଳବାୟୁ ପରିବର୍ତ୍ତନରେ କୃଷକ ଆଵଶ୍ୟକତା ଉପରେ ସେ ନିଜ ଅଞ୍ଚଳର କୃଷକଙ୍କୁ ନେଇ ଗବେଷଣା କରିଥିଲେ। ଏହାପରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦରେ ପିଏଚଡି ଅଧ୍ୟୟନ ପାଇଁ ପ୍ରବେଶିକା ପରିକ୍ଷା ଦେଇଥିଲେ। ଯେଉଁଥିରେ ସୋନାଲି ସର୍ବଭାରତୀୟ ସ୍ତରରେ ତୃତୀୟ ଓ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ବର୍ଗରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ