ବାଲେଶ୍ବର: ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଏହିଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ବାଲେଶ୍ଵରରେ ଥିବା କୋଭିଡ ହସ୍ପିଟାଲ ତଥା ବିଭିନ୍ନ କୋଭିଡ ପରିଚାଳନା କାର୍ଯ୍ୟରେ ନିୟୋଜିତ ସେବିକାମାନେ ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
3 ମାସିଆ ଚୁକ୍ତି ଆକାରରେ ସେବିକାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେମାନେ ଏବେ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି । ଏହାସହ 3 ମାସ ଧରି ସେମାନେ କୋଭିଡ ରୋଗୀଙ୍କ ସେବା କରିବା ପରେ ମଧ୍ୟ ସରକାରୀ ସ୍ତରରେ କୌଣସି ପାଉଣା ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।