ଓଡିଶା

odisha

ETV Bharat / state

ନର୍ସଙ୍କୁ ମାଡ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ବାଲେଶ୍ୱର ମେଡିକାଲରେ ନର୍ସ ମାଡ଼ ଖାଇବା ଘଟଣାରେ ତଦନ୍ତ କରିଛନ୍ତି ଜିଲ୍ଲାପାଳ । ତଦନ୍ତ ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

By

Published : May 11, 2019, 7:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସକୁ ମାଡ ମାରିବା ଘଟଣାର ତଦନ୍ତ କରିଛନ୍ତି ଜିଲ୍ଲାପାଳ । ଶନିବାର ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଳୟକୁ ଆସି ଘଟଣାର ତଦନ୍ତ କରିଥିଲେ । ତଦନ୍ତ ପରେ ଦୋଷୀ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସେପଟେ ଜିଲ୍ଲାପାଳଙ୍କ ନିକଟରେ ରୋଗୀମାନେ ନର୍ସଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ମେଡିକାଲରେ ନର୍ସମାନେ ରୋଗୀଙ୍କୁ ହଇରାଣ କରିବା ସହ ଆଶାକର୍ମୀଙ୍କୁ ମେଡିକାଲ ଭିତରକୁ ଛାଡୁ ନଥିବା ଅଭିଯୋଗ ହୋଇଥିଲା । ଏପରିକି ନର୍ସଙ୍କୁ ମାଡ ମାରି ନଥିବା ଲୋକଙ୍କୁ ପୋଲିସ ଅଟକ ରଖି ନିର୍ଯାତନା ଦେଉଥିବା କଥା ଲୋକେ ଜିଲ୍ଲାପାଳଙ୍କ ନିକଟରେ କହିଥିଲେ ।

ସମସ୍ତଙ୍କୁ ଠାରୁ ଅଭିଯୋଗ ଶୁଣିବା ପରେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ 2 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ଜିଲ୍ଲାପାଳ । ଗୋଟିଏ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଗାମୀ ଦିନରେ ମେଡିକାଲରେ ରୋଗୀଙ୍କ ପାଖରୁ ନର୍ସ କିମ୍ବା ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସିଡିଏମଓ ଏବଂ ମେଡିକାଲ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details