ଓଡିଶା

odisha

ସରିଲା ନାମାଙ୍କନ, ଗାଁ ମୁହାଁ ପ୍ରାର୍ଥୀ

By

Published : Jan 22, 2022, 2:43 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ପ୍ରାର୍ଥୀପତ୍ର ଦାଖଲ । ଆସନ୍ତା 24 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଥିବାବେଳେ ଏବେଠାରୁ ଗାଁ ମୁହାଁ ହେଲେଣି ପ୍ରାର୍ଥୀ। ଅଧିକ ପଢନ୍ତୁ

ସରିଲା ନାମାଙ୍କନ, ଗାଁ ମୁହାଁ ପ୍ରାର୍ଥୀ
ସରିଲା ନାମାଙ୍କନ, ଗାଁ ମୁହାଁ ପ୍ରାର୍ଥୀ

ବାଲେଶ୍ବର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ପ୍ରାର୍ଥୀପତ୍ର ଦାଖଲ। ଆସନ୍ତା 24 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଥିବା ବେଳେ ଏବେଠାରୁ ଗାଁ ମୁହାଁ ହେଲେଣି ପ୍ରାର୍ଥୀ। ବାଲେଶ୍ବର ଜିଲ୍ଲାରେ ତିନି ପ୍ରମୁଖ ଦଳରୁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ନେଇ ଦଳୀୟ ନେତାମାନେ ବେଶ ଉତ୍ସାହିତ ଅଛନ୍ତି । ତେବେ ଆଗାମୀ ଦିନରେ ବିଜେଡି ଜିଲ୍ଲା ପରିଷଦ ସଭାପତି ପଦ ହାତେଇବ ବୋଲି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସରିଲା ନାମାଙ୍କନ, ଗାଁ ମୁହାଁ ପ୍ରାର୍ଥୀ

ସୂଚନାଅନୁଯାୟୀ ବାଲେଶ୍ଵର ଜିଲ୍ଲାର 45 ଟି ଜିଲ୍ଲା ପରିଷଦ ଜୋନ ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନାମାନଙ୍କନ ଦାଖଲ କରିଛନ୍ତି। 21 ତାରିଖ ନାମାନଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ବାଲେଶ୍ଵର ଜିଲ୍ଲାର ୱାର୍ଡସଭ୍ୟ ପାଇଁ 12 ହଜାର 279 ଜଣ, ସରପଞ୍ଚ ପାଇଁ 1892 ଜଣ, ସମିତିସଭ୍ୟ ପାଇଁ 1514 ଜଣ ଓ ଜିଲ୍ଲା ପରିଷଦ ପାଇଁ 236 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details