ଓଡିଶା

odisha

By

Published : Aug 7, 2020, 7:08 AM IST

ETV Bharat / state

ମଙ୍ଗଳବାର ଯାଏଁ ନୀଳଗିରି ଏନଏସି ସମ୍ପୂର୍ଣ୍ଣ ସଟଡାଉନ

ବାଲେଶ୍ବର ଜିଲ୍ଲାରେ ସଂକ୍ରମଣ ମାମଲା 1000 ପାର କରିଛି । ନୀଳଗିରିରେ ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇଛି । ତେଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଯାଇ ନୀଳଗିରିକୁ ସଟଡାଉନରେ ରଖାଯାଇଛି । ଅଧିକ ପଢନ୍ତୁ...

ମଙ୍ଗଳବାର ଯାଏଁ ନୀଳଗିରି ଏନଏସି ସମ୍ପୂର୍ଣ୍ଣ ସଟଡାଉନ
ମଙ୍ଗଳବାର ଯାଏଁ ନୀଳଗିରି ଏନଏସି ସମ୍ପୂର୍ଣ୍ଣ ସଟଡାଉନ

ବାଲେଶ୍ଵର: ଜିଲ୍ଲାରେ ସଂକ୍ରମଣ ମାମଲା ବଢିବାରେ ଲାଗିଛି । କୋରୋନାକୁ ନିୟନ୍ତ୍ରଣ କରିବାକୁ ଆସନ୍ତା 4 ଦିନ ଯାଏଁ ସଚଡାଉନରେ ରହିବ ନୀଳଗିରି । ଏନେଇ ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଘୋଷଣା କରିଛନ୍ତି ।

ମଙ୍ଗଳବାର ଯାଏଁ ନୀଳଗିରି ଏନଏସି ସମ୍ପୂର୍ଣ୍ଣ ସଟଡାଉନ

ନୀଳଗିରି ଅଞ୍ଚଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏମିତି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ରାତି 12ରୁ ମଙ୍ଗଳବାର ସକାଳ 5ଟା ଯାଏ ସମ୍ପୂର୍ଣ୍ଣ ନୀଳଗିରି ଏନଏସି ସଟାଡାଉନ ରହିବ ବୋଲି ନିର୍ଦ୍ଦେଶ ରହିଛି। ଏହି ସମୟ ଭିତରେ ଲୋକମାନଙ୍କ ସୁବିଧା ପାଇଁ କ୍ଷୀର, ପନିପରିବା ଓ ଗ୍ରସେରି ଦୋକାନ ସକାଳ 6ରୁ ଦିନ 12 ଟା ଯାଏଁ ଖୋଲା ରହିବ ବୋଲି ନିର୍ଦ୍ଦେଶରେ ରହିଛି ।

ସୂଚନାଯୋଗ୍ୟ, ରାଜ୍ୟର 10 ଜିଲ୍ଲାରେ 1000 ଉପରେ ସଂକ୍ରମଣ ମାମଲା ରହିଛି । ଯେଉଉଁଥିରେ ବାଲେଶ୍ବରର କୋରୋନା ସଂକ୍ରମିତଙ୍କ ସଂଖ୍ୟା 1176 ରହିଛି । ସେହିପରି ଗତ 24 ଘଣ୍ଟାରେ1699 ଜଣ କୋରୋନା ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 40 ହଜାରରେ ପହଞ୍ଚିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details