ଓଡିଶା

odisha

ETV Bharat / state

ବିବାଦର 15 ଘଣ୍ଟା ପରେ ଧାରଣାରୁ ଉଠିଲେ ବିଧାୟକ - ଧାରଣାରୁ ଉଠିଲେ ବିଧାୟକ

ତହସିଲଦାରଙ୍କ ସହ ହୋଇଥିବା 15 ଘଣ୍ଟା ଧାରଣାରେ ବସିବା ପରେ ବିଧାୟକ ପ୍ରତିଶ୍ରୁତି ପାଇ ଧାରଣାରୁ ଓହରିଥିବା ଜଣାପଡିଛି । ବାଲେଶ୍ଵର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ବିଧାୟକଙ୍କ ସହ ବୁଝାସୁଝା କରିବା ପରେ ସେ ଅନଶନରୁ ଓହରିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : Oct 5, 2019, 10:44 AM IST

ବାଲେଶ୍ଵର: ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ମୁହାଁମୁହିଁ ଘଟଣାରେ ବିଧାୟକ ଧାରଣାରେ ବସିଥିଲେ । 15 ଘଣ୍ଟା ଧାରଣାରେ ବସିବା ପରେ ବିଧାୟକ ପ୍ରତିଶ୍ରୁତି ପାଇ ଧାରଣାରୁ ଓହରିଥିବା ଜଣାପଡିଛି ।

ବାଲେଶ୍ଵର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଶୁକ୍ରବାର ରାତି ପ୍ରାୟ ୧୧.୩୦ ସମୟରେ ଅନଶନ ସ୍ଥଳରେ ପହଞ୍ଚି ଆଲୋଚନା କରି ଫଳରସ ପିଆଇ ଅନଶନ ଭାଙ୍ଗି ଥିଲେ । ତାସହ ଭଙ୍ଗା ଯାଇଥିବା ମହରିର ଚାଳିକୁ ବୁଲି ଦେଖିଥିଲେ । ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ପ୍ରକାଶ ଥାଉକି, ନୀଳଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ମହରିର ଚାଳି ତହସିଲଦାର ସୁଶ୍ରୀତା ଟୁଡୁ ଉଚ୍ଛେଦ କରୁଥିବା ବେଳେ ନୀଳଗିରି ବିଧାୟକ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ସରକାରୀ କର୍ମଚାରୀ ଦୁର୍ବ୍ୟବହାର କରିବା ଅଭିଯୋଗରେ ବିଧାୟକ ଧାରଣା ଦେଇଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details