ଓଡିଶା

odisha

ETV Bharat / state

ବାହୁଡା ଯାତ୍ରା: ନୀଳଗିରିରେ ଆରମ୍ଭ ହେଲା ରଥଟଣା

ସବୁଆଡେ ବାହୁଡା ଯାତ୍ରା ସରିଥିବା ବେଳେ ନୀଳଗିରି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ।

By

Published : Jul 13, 2019, 11:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୀଳଗିରି ବାହୁଡାଯାତ୍ରାର ଆଜି(13 ଜୁଲାଇ) ଦ୍ୱିତୀୟଦିନ । ଦ୍ବିତୀୟ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ରଥ ଟଣାଯାଇଛି । ଶୁକ୍ରବାର ଗୁଣ୍ଡିଚାମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ହୋଇଥିଲେ । ଆଜି ପୁଣି ପୁରା ପରିବେଶ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ।

ସେହିପରି ରାଧାକିଶୋର ଜୀଉଙ୍କ ପାଇଁ ନିର୍ମିତ ରଥକୁ ମହିଳାମାନେ ଟାଣିଥିଲେ । ଅଧରାସ୍ତା ପର୍ଯ୍ୟନ୍ତ ପରମ୍ପରା ଅନୁସାରେ ତିନିଠାକୁରଙ୍କ ରଥ ଟଣାଯାଇଥିଲା । ତିନିଠାକୁର ରଥରେ ରାତ୍ରିଯାପନ କରିବାପରେ ଆସନ୍ତାକାଲି ରଥଟଣାଯାଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଅନ୍ୟପଟେ ଇମାମି ନଗରରେ ମହାପ୍ରଭୁଙ୍କ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସକାଳ 6ଟାରୁ ସନ୍ଧ୍ୟା ଯାଏ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details