ଓଡିଶା

odisha

ନୀଳଗିରିରେ କନ୍ୟା ରତ୍ନକୁ ଅଲୋଡା

By

Published : Aug 8, 2019, 2:38 PM IST

ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ନବଜାତକ ଉଦ୍ଧାର । ପରେ ଶିଶୁର କାନ୍ଦିବା ଶୁଣି ଆରତୀଙ୍କ ପରିବାର ଲୋକେ ଶିଶୁକୁ ଉଦ୍ଧାର କରିଥିଲେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର

ବାଲେଶ୍ବର: ଅଲୋଡା ହେଉଛି କନ୍ୟା ରତ୍ନ । ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ନବଜାତକକୁ କେହି ଜଣେ ପିଣ୍ଢାରେ ଶୁଆଇ ଚାଲିଯାଇଥିବା ଜଣାପଡ଼ିଛି । ପରେ ଉକ୍ତ ପରିବାର ପକ୍ଷରୁ ଶିଶୁକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ନୀଳଗିରି ଥାନା ମହିସାପଟା ପଞ୍ଚାୟତର ଶାଳବଣି ଗ୍ରାମରେ ଆରତୀ ସିଂଙ୍କ ନାମକ ଜଣେ ମହିଳାଙ୍କ ଘରେ କେହି ଜଣେ ନିର୍ଦ୍ଦୟ ବ୍ୟକ୍ତି ଶିଶୁକନ୍ୟାକୁ ଛାଡି ଚାଲିଯାଇଥିଲା । ପରେ ଶିଶୁର କାନ୍ଦିବା ଶୁଣି ଆରତୀଙ୍କ ପରିବାର ଲୋକେ ଶିଶୁକୁ ଉଦ୍ଧାର କରିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର

ଏନେଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ଫୋନ କରିଥିଲେ ହେଁ କେହି ଫୋନ ଉଠାଇ ନଥିଲେ । ତେବେ ବୁଧବାର ରାତିରେ ଶିଶୁଟି ଆରତୀଙ୍କ ପାଖରେ ରହିଥିଲା । ପରେ ଗ୍ରାମବାସୀଙ୍କ ସହଯୋଗରେ ଆଜି ସକାଳେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଶିଶୁର ଚିକିତ୍ସା କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details