ଓଡିଶା

odisha

ETV Bharat / state

ବାଲେଶ୍ବରରେ ବି ଟ୍ରାଫିକ ନିୟମ କଡାକଡି - ନୂଆ ଟ୍ରାଫିକ ନିୟମ

ଗତ 1ତାରିଖରୁ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିବା ବେଳେ ଆଜି ବାଲେଶ୍ବରରେ ଚାଲିଛି ଜୋରଦାର ଚେକିଂ । ଟ୍ରାଫିକ ପୋଲିସ ଆଇନକୁ କଡାକଡି ଭାବେ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Sep 6, 2019, 2:36 PM IST

ବାଲେଶ୍ବର: ନୂଆ ଟ୍ରାଫିକ ଆଇନକୁ ନେଇ ବାଲେଶ୍ବରରେ ଚାଲିଛି ଜୋରଦାର ଚେକିଂ । ଟ୍ରାଫିକ୍ ପୋଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଇଛି । ନିୟମ ଖିଲାପକାରୀଙ୍କୁ ଠାରୁ ପାଖିପାଖି 14 ହଜାର ଟଙ୍କା ଆଦାୟ କରାଯାଇଛି । ଏଥିପାଇଁ ଟ୍ରାଫିକ ଥାନାରେ ଲାଗିଥିଲା ପ୍ରବଳ ଭିଡ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନୂଆ ଟ୍ରାଫିକ ଆଇନ ରାଜ୍ୟରେ ଲାଗୁ ହେବା ପରେ ଚେକିଂ ଜୋରଦାର କରାଯାଉଛି । ଆଇନ ଖିଲାପକାରୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଫାଇନ ଆକାରରେ ଆଦାୟ କରାଯାଉଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେଣୁ ଲୋକେ ସଚେତନ ହେବା ସହ ହେଲମେଟ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଆଗକୁ ମଧ୍ୟ ଏଭଳି ଚେକିଂ ଜାରି ରହିବ ବୋଲି ଟ୍ରାଫିକ ଥାନା ଅଧିକାରୀ କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details